ରାଉରକେଲା : ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ପୋଲିସ ର ଚଢ଼ାଉ।। ୫ ଲକ୍ଷ ଟଙ୍କାର ନକଲି ଇଞ୍ଜିନ ଅଏଲ ଜବତ। ଜଣେ ଗିରଫ ।
ରାଉରକେଲା : ୨୧/୩ (ସତ୍ୟାନ୍ୟୁଜ) ବିଭିନ୍ନ ନାମୀ ଦାମୀ କମ୍ପାନୀର ଲେବଲ ଲଗାଇ ଡୁପ୍ଲିକେଟ୍ ଇଞ୍ଜିନ ଅଏଲ ପ୍ରସ୍ତୁତ କରୁଥିବା ଏକ ବ୍ୟବସାୟ କେନ୍ଦ୍ର ଉପରେ ପ୍ଲାଣ୍ଟ ସାଇଟ ପୋଲିସ ଚଢ଼ାଉ କରିଛି। ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଡୁପ୍ଲିକେଟ୍ ଇଞ୍ଜିନ ଅଏଲ ଜବତ କରାଯିବା ସହ ପୋଲିସ ଏ ବାବଦରେ ତସଲିମ୍ ଅରିଫ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ତସଲିମ୍ କୋଲକତା ରୁ ବିଭିନ୍ନ ପ୍ରକାର ଇଞ୍ଜିନ ଅଏଲ ଆଣି ସେହି ତେଲକୁ ବିଭିନ୍ନ ନାମିଦାମୀ କମ୍ପାନୀ ର ଲେବଲ ଲଗାଇ ବିକ୍ରି କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ପ୍ଲାଣ୍ଟ ସାଇଟ ପୋଲିସ ନାଲା ରୋଡ଼ ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣର ନକଲି ଇଞ୍ଜିନ ଅଏଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।