ସେମାନେ କନ୍ଧମାଳ ରୁ ଗଞ୍ଜେଇ ଆଣି ଝାରଖଣ୍ଡ ରେ ବିକ୍ରି କରୁଥିଲେ ।ସେଠାରୁ ପାଉଥିବା ଅର୍ଥରେ ପିସ୍ତଲ , ଗୁଳି , ବୋମା ଆଦି କିଣୁଥିଲେ । ଲୋକଙ୍କୁ ଡ଼ରାଇ ଧମକାଇ ଦାଦା ବଟି ଆଦାୟ କରିବା , ଡକାୟତି କରିବା ଆଦି କାମରେ ଲିପ୍ତ ଥିଲେ । ଏହି ଗ୍ୟାଙ୍ଗରେ ସମୁଦାୟ ଦଶ ଜଣ ସଦସ୍ୟ ଅଛନ୍ତି । ଗତକାଲି ପୋଲିସ ଏହି ଡକାୟତ ଗ୍ୟାଙ୍ଗ ର ତିନି ଜଣ ସଦସ୍ୟ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
ଗିରଫ ଯୁବକ ବଶିଷ୍ଟ ମହାନ୍ତି , ଯଜ୍ଞଶିଷ୍ ସ୍ୱାଇଁ ଏବଂ ଅମିତ ସାହୁ ସମସ୍ତେ ରାଉରକେଲା ର । ଦୁଇଜଣ ସେକ୍ଟର ଅଞ୍ଚଳରେ ରହୁଥିବା ବେଳେ ଅମିତ ସିଭିଲ ଟାଉନ ଶିପ ରେ ରହୁଥିଲା । ରବିବାର ଦିନ ପୋଲିସ ର ଗାଡି ଯାଞ୍ଚ ଚାଲିଥିବାବେଳେ ବଶିଷ୍ଟ ଏବଂ ଯଜ୍ଞଶିଷ ଏକ ମଟର ସାଇକେଲ ରେ ଯାଉଥିଲେ । ତରକେରା ନିକଟରେ ପୋଲିସ କୁ ଦେଖି ଦୌଡ଼ି ପଳାଉଥିଲେ । କିନ୍ତୁ ପୋଲିସ ଏହି ଦୁଇଜଣଙ୍କୁ କାବୁ କରି ନେଇଥିଲା
। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ ଏବଂ ଗୁଳି ଜବତ ହେବା ପରେ ପୋଲିସ ଜେରା କରିଥିଲେ । ଏହି ଦୁଇ ଜଣଙ୍କ ସୂଚନା ଆଧାରରେ ସିଭିଲ ଟାଉନ ଶିପ ରୁ ଅମିତ ସାହୁ ଙ୍କୁ ଗିରଫ କରିଥିଲେ । ଅମିତ ନିକଟରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରାଯାଇଥିଲା । ତଦନ୍ତ ପରେ ଗିରଫ ଯୁବକ ମାନେ ଝାରଖଣ୍ଡ ର
ପି ଏଲ ଏଫ ଆଇ ସଂଗଠନ ସହ ସମ୍ପର୍କରେ ଥିବା ଜଣା ପଡିଥିଲା । ରାଉରକେଲା ସିଭିଲ ଟାଉନ ଶିପ ର ଜଣେ ବ୍ୟବସାୟୀ ଙ୍କୁ ଧମକାଇ ଟଙ୍କା ଅସୁଲ କରିବା ଯୋଜନା ଥିଲା ଏହି ଗ୍ୟାଙ୍ଗ ର । ପୋଲିସ ଗିରଫ ଯୁବକ ମାନଙ୍କ ନିକଟରୁ 3 ଟି ପିସ୍ତଲ , 55 ଟି ଗୁଳି , ନଗଦ 50 ହଜାର ଟଙ୍କା , ବୋମା , ଗୋଟିଏ ପଜେରୋ ଗାଡ଼ି ସହ ଏକ ବାଇକ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।