ବଣାଇ : ଭଲ ରାସ୍ତା ନଥିବାରୁ ଗୁରୁଣ୍ଡିଆ ବ୍ଲକର ୧୦ ଟି ଗାଁର ଲୋକମାନଙ୍କ ଧାରଣା ,ବିକ୍ଷୋଭ।। ରାସ୍ତା ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ଚେତାବନୀ।

0 267

ବଣାଇ : ୨୦/୩ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ବିଭିନ୍ନ ଗ୍ରାମ ଏବେବି ଅପହଞ୍ଚ ଅଞ୍ଚଳ ଭାବେ ପରିଗଣିତ ହେଉଛି। ବିଶେଷକରି ଭାଲୁଡୁଙ୍ଗୁରି ପଞ୍ଚାୟତର ପ୍ରାୟ ୧୦ ଟି ଗାଁ କୁ ଭଲ ରାସ୍ତା ଟିଏ ମଧ୍ୟ ନଥିବା ଅଭିଯୋଗ ହୋଇଛି। ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଏ ବାବଦରେ ଅଭିଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି ନିର୍ବାଚନ ବେଳେ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ରାସ୍ତା ନିର୍ମାଣର ପ୍ରତିଶୃତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନାହି। ୧୫ ଦିନ ପୂର୍ବରୁ ଏ ବାବଦରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ରାସ୍ତା ନହେବାରୁ ସୋମବାର ଦିନ ପରେ ୧୧ ଟି ଗାଁର ଗ୍ରାମବାସୀ ବଣେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ନହୋଇଛି ଧାରଣା ଜାରୀ ରହିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏ ବାବଦ ରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.