ମୟୁରଭଞ୍ଜ : ଆଦିବାସୀ ସମାଜର ମୁଖ୍ୟ ମାଝୀ , ନାୟକ , ମୁଣ୍ଡା , ଦେହୁରୀଙ୍କୁ ନେଇ ଜାମଦା ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ।
ମୟୁରଭଞ୍ଜ : ୨୦/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ସଭାଗୃହ ଠାରେ ଆଦିବାସୀ ସମାଜର ମୂଖ୍ୟ ମାଝୀ/ନାୟକ/ମୁଣ୍ଡା/ଦେହୁରୀଙ୍କୁ ନେଇ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରକୁ ଯାମଦା ବ୍ଲକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ଦୀପଜାଳି ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କାରାନ୍ ମାର୍ଣ୍ଡି ଶିବିରକୁ ସଂଚାଳନ କରିଥିଲେ । ବିଡିଓ ଦେବାଶିଷ ପଣ୍ଡା ରିଟେନର ପ୍ରିୟତ୍ତମ ନନ୍ଦ ଓ ଅକ୍ଷୟ ସୋରେନଙ୍କୁ ସଚେତନତା କାର୍ଯ୍ୟରେ ନିୟୋଜୀତ କରିଥିଲେ। ସେଚ୍ଛାସେବୀ ଭାବରେ ପୂର୍ବତନ ରିଟେନର ବିର୍ଷା କଣ୍ଡାକେଲ , କୁସୁମି ବ୍ଲକ ସିଆରସିସି ମନୋରଞ୍ଜନ ମୁର୍ମୁ, ସମ୍ପାଦକ ତଥା ଓକିଲ ଜୀତେନ୍ଦ୍ରନାଥ ହାଁସଦା ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। ଜଙ୍ଗଲ ଜମି ଅଧିକାର ଆଇନ୍, ଭୂସମ୍ପଦ ଆଇନ୍,
ଏସ୍ ଟି , ଏସ୍ ସି ନିର୍ଯ୍ୟାତନା ନିବାରଣ ଅଧିନିୟମ, ଶିକ୍ଷା ଅଧିକାର ଆଇନ୍, ମୌଳିକ ଅଧିକାର ଧାରା ଓ ପେସା ଆଇନ୍ ସମ୍ବନ୍ଧରେ ସଚେତନତା କରିଥିଲେ । ଶିବିରକୁ ବରିଷ୍ଠ ସମାଜସେବୀ ଦୁଲାରାମ ଟୁଡୁ, ବଡସିହା ମାଝୀ ବିଶ୍ବନାଥ ମୁର୍ମୁ, ଚୈତନ୍ୟ ହାଁସଦାଃ, ମାନସିଂ ମାର୍ଣ୍ଡି, ରାମେଶ୍ବର ମୁର୍ମୁ ଏବଂ ପାରା ଆଇନ୍ ସ୍ବେଚ୍ଛାସେବୀ ଦୁଖୁରାମ ମୁର୍ମୁ ଶିବିରକୁ ସଫଳ କରିବାରେ ସହାୟତା କରିଥିଲେ । ଶେଷରେ ବିଜାତଳା ବ୍ଲକ୍ ଆସେକା ସଭାପତି ଲକ୍ଷ୍ମଣ କିସ୍କୁ ଆଦିବାସୀ ମୂଖ୍ୟମାନେ ନିଜକୁ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ସାମିଲ କରି ସମାଜକୁ ଗଢି ତୋଳିବା ପାଇଁ ଆହ୍ବାନ କରିଥିଲେ । ଯାମଦା ଥାନା ଅଧିକାରୀ ଶିବିର ସୁରକ୍ଷା କରିବାରେ ସହାୟତା କରିଥିଲେ ।