ବଣାଇ : ୮ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ।।୨ ଗିରଫ।। ବଣାଇ , ରାଉରକେଲା ଅବକାରୀ ଟିମ୍ ର ମିଳିତ ଚଢାଉ।

0 107

ବଣାଇ/ରାଉରକେଲା:(ସତ୍ୟାନ୍ୟୁଜ) ବେଆଇନ୍ ଡ୍ରଗ୍ସ କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନରେ ବଣାଇ ଏବଂ ରାଉରକେଲା ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା। ଘର ଭିତରେ ଗଞ୍ଜେଇ ରଖିଥିବା ସୂଚନା ପାଇବା ପରେ ରାଉରକେଲା, ବଣାଇ ଏବଂ ଅବକାରୀ ବିଭାଗର ସଂଯୁକ୍ତ ଟିମ୍ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁନ୍ଦେଇଡିହା ଅଞ୍ଚଳରେ ଚଢ଼ାଉ କରିଥିଲେ।
ଚଢ଼ାଉ ପରେ ଅଭିଯୁକ୍ତ ଙ୍କ ଘରୁ ବେଆଇନ୍ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ହୋଇଥିବା ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହା ଯାଉଛି।
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାବେଳେ, ଗଂଜେଇର ଉତ୍ସ ଓ ଏହା ସହ ଜଡିତ ଅନ୍ୟ ମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବେଆଇନ୍ ମାଦକ ଦ୍ରବ୍ୟ କାରବାର କୁ ରୋକିବା ପାଇଁ ଏପରି ସଂଯୁକ୍ତ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave A Reply

Your email address will not be published.