ରାଉରକେଲା : ବାବା ଧାମ ରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଟ୍ରେନ୍ ଛତିଶଗଡ କୁ କ୍ୟାନ୍ସେଲ୍ ହେବାରୁ ଉତ୍ତେଜନା।। ରାଉରକେଲା ରେଳ ଷ୍ଟେସନରେ କୱାଡ଼ିଆ ଙ୍କ ବିକ୍ଷୋଭ।

0 22

ରାଉରକେଲା ଷ୍ଟେସନରେ କାଁୱଡ଼ିଆଙ୍କ ବିକ୍ଷୋଭ। ସାଉଥ ବିହାର ଏକ୍ସପ୍ରେସକୁ ଦୁର୍ଗ ପର୍ଯ୍ୟନ୍ତ ଚଳାଇବା ଦାବିରେ ହଙ୍ଗାମା।

ରାଉରକେଲା : ୩୧/୭
(ସତ୍ୟାନ୍ୟୁଜ) ବାବା ବୈଦ୍ୟନାଥ ଧାମରୁ ଦର୍ଶନ ସାରି ଫେରୁଥିବା କାଁୱଡ଼ିଆମାନେ ଶୁକ୍ରବାର ରାଉରକେଲା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଉଥ ବିହାର ଏକ୍ସପ୍ରେସ ରାଉରକେଲା ପର୍ଯ୍ୟନ୍ତ ଆସି ଶେଷ ହେଉଥିବାରୁ ଦୁର୍ଗ ଯିବାକୁ ଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରି ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟ ଘେରାଉ କରିଥିଲେ।
କାଁୱଡ଼ିଆମାନଙ୍କ ଅଭିଯୋଗ ଥିଲା, ଟ୍ରେନ୍‌ଟିକୁ ଦୁର୍ଗ ପର୍ଯ୍ୟନ୍ତ ଚଳାଇଲେ ସେମାନଙ୍କ ଯାତ୍ରା ସହଜ ହୋଇପାରିଥାନ୍ତା। ଏହାସହ ତୁରନ୍ତ ବିକଳ୍ପ ଟ୍ରେନ୍ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ।
ଘଟଣାର ଗୁରୁତ୍ୱକୁ ଦେଖି ରେଳ କର୍ତ୍ତୃପକ୍ଷ କାଁୱଡ଼ିଆମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇଥିଲେ। ପରେ ଇସ୍ପାତ ଏକ୍ସପ୍ରେସରେ ଝାରସୁଗୁଡ଼ା ରୋଡ୍ ପର୍ଯ୍ୟନ୍ତ ଯାତ୍ରାର ବ୍ୟବସ୍ଥା କରାଯାଇଥିଲା। ସେଠାରୁ ବିଲାସପୁର ଅଭିମୁଖେ ଅନ୍ୟ ଟ୍ରେନ୍‌ରେ ଯାତ୍ରା ଜାରି ରଖିବାକୁ ସୁବିଧା ଥିବା ସୂଚନା ଦିଆଯାଇଥିଲା।
ରେଳ ପ୍ରଶାସନର ତ୍ୱରିତ ପଦକ୍ଷେପ ପରେ ବିକ୍ଷୋଭ ଶେଷ ହୋଇଥିଲା ଏବଂ ସମସ୍ତ କାଁୱଡ଼ିଆ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବିକଳ୍ପ ବ୍ୟବସ୍ଥା ଟ୍ରେନ୍ ରେ ବାହାରି ଥିଲେ ।

Leave A Reply

Your email address will not be published.