ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ୧ ନମ୍ବର ସେକ୍ଟର ଆଖଣ୍ଡଳମଣି ବସ୍ତି ଗସ୍ତ।
ରାଉରକେଲା : ୧୯/୩ (ସତ୍ୟାନ୍ୟୁଜ) କଂଗ୍ରେସ ନେତା ତଥା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତି କୁ ଯିବା’ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି ପ୍ରଶାନ୍ତ ୧ ନମ୍ବର ସେକ୍ଟର ଆଖଣ୍ଡଳମଣି ବସ୍ତି ପରିଦର୍ଶନ କରି ଅଞ୍ଚଳ ର ବିଭିନ୍ନ ସମସ୍ୟା ବାବଦରେ ଅବଗତ ହୋଇଥିଲେ । ଅଞ୍ଚଳର ପାନୀୟ ଜଳ, ଡ୍ରେନ, ବିଜୁଳି ସମସ୍ୟା ବାବଦରେ ବସ୍ତି ବାସିନ୍ଦା ଜଣାଇଥିଲେ। ବୟସ୍କ ମହିଳା , ପୁରୁଷ , ବିଧବା , ଭିନ୍ନକ୍ଷମ ମାନେ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଥିଲା। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରଶାନ୍ତ ପ୍ରତିଶୃତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସନ୍ୟାସୀ ଦାସ , ଭାଗିରଥି ବେହେରା , ଗୋପାଳ ପରିଡା, ମୁନା, ଦିବାକର, ବିଜୟ, କ୍ଷେତ୍ରବାସୀ, ଗୁନା, ସରୋଜ ନାୟକ, ଜିତେନ୍ ମାଛଖଣ୍ଡ, ବାବୁ ମହାନ୍ତି, ଅଶୋକ ଜେନା, ବିଶ୍ୱ ରଞ୍ଜନ ରାଉତ, ରାଜେଶ ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |