ମୟୁରଭଞ୍ଜ : ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅୟୋଜିତ।। ବିଭିନ୍ନ ନାମିଦାମୀ କମ୍ପାନୀ ଯୋଗଦେଲେ ।

0 331

ମୟୁରଭଞ୍ଜ : ୧୯/୩ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ନିୟୋଜନ କେନ୍ଦ୍ର ନିର୍ଦ୍ଦେଶରେ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ ହୋଇଛି। ଶନିବାର ଦିନ ରାଇରଙ୍ଗପୁରରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ବ୍ଲକ୍ ଅଧକ୍ଷ୍ୟ ଜ୍ଞାନରଞ୍ଜନ ହେମ୍ବ୍ରମ୍ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି। ବ୍ଲକ୍ ପ୍ରଜେକ୍ଟ୍ ଅଧିକାରୀ ଶାନ୍ତନୁ କୁମାର ସାହୁ,ମୟୂରଭଞ୍ଜ ଜିଲ୍ଲା ନିୟୋଜନ କେନ୍ଦ୍ରର ମୁଖ୍ୟ କିରାଣୀ ଅଶୋକ କୁମାର ମଢୁଆଲ ଓ ସିପେଟ୍ ବାଲେଶ୍ବରର ସ୍କିଲ ଡେଭଲପମେଣ୍ଟ ଅରଗ୍ରାନାଇଜର ଶୁଭ୍ରମ ନାୟକ ତଥା ପିଆଇଏ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଶିବିରରେ ଗ୍ରାମୀଣ ବେରୋଜଗାର ଯୁବକ ଓ ଯୁବତୀମାନଙ୍କୁ ଓଡିଶା ସରକାରଙ୍କ ଦ୍ବାରା ସ୍କିଲ ଡେଭେଲପମେଣ୍ଟ ଅଥୋରିଟି ନିଶ୍ଚିତ କର୍ମନିଯୁକ୍ତିର ସୁଯୋଗ ଦିଆଯାଇଥିଲା |ଏହି କାର୍ଯ୍ୟକ୍ରମରେ ବୟସ ସୀମା ୧୮ ରୁ ୩୫ ଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମେଟ୍ରିକ୍ ଠାରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ଥିଲା |ତାଲିମ ସମୟରେ ମାଗଣାରେ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇ ତାପରେ ତାଲିମ ପରିସମାପ୍ତି ପରେ ବିଭିନ୍ନ କମ୍ପାନୀରେ ସେମାନଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ସଂସ୍ଥାର କର୍ମକର୍ତ୍ତାମାନେ କହିଥିଲେ |ଏଥିରେ ସିଲେଇ ,ଇଲେକଟ୍ରିସିଆନ୍,ବିଭିନ୍ନ ନାମୀଦାମୀ ଇନ୍ସୁରାନ୍ସ କମ୍ପାନୀ , ଆୟୁର୍ବେଦିକ , ସିପେଟ୍, ମାର୍କେଟିଂ,ହୋଟେଲ ମ୍ୟାନେଜମେଣ୍ଟ,ସ୍କିଲ ଡେଭେଲପମେଣ୍ଟ ପାଠ୍ୟକ୍ରମ,ପ୍ଲାଷ୍ଟିକ୍ କାରିଗରୀ,କଲସେଣ୍ଟର ତଥା ନାନାଦି କର୍ମଯୋଜନାର ନାମୀ କମ୍ପାନୀ ମାନେ ଯୋଗ ଦେଇଥିବା ବେଳେ ରାଇରଙ୍ଗପୁର ବ୍ଲକ୍ ରୁ ପାଖାପାଖି ୧୦୦ ଜଣ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଆସିଥିଲେ | ଶିକ୍ଷାଗତ ଯୋଗ୍ୟତା,ରାସନ କାର୍ଡ,ଜାତିଗତ ପ୍ରମାଣପତ୍ର,ଫଟୋ,ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ୍ ଆଣିବା ବାଧ୍ୟତାମୂଳକ ଥିଲା |ଏଥିରେ ମଧ୍ୟ ସଂସ୍ଥାର ଭୀମସେନ ମହାନ୍ତ,ଧରମେନ୍ଦ୍ର ପଣ୍ଡା,କବିତା ମହାନ୍ତ,ଇନ୍ଦ୍ରାଣି ମଣ୍ଡଳ,ଚନ୍ଦନ ସାହୁ,ଲଳିତ ସାହୁ,ରତିକାନ୍ତ ମହାନ୍ତି,ଦିନେଶ କୁମାର ମହାନ୍ତ,ମିଲନ କୁମାର ସାମଲ,ସୌନ୍ୟରଂଜନ ପାଲ ଓ ପ୍ରମୋଦ କୁମାର ପାଢୀ ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.