ବଣାଇ : ପେଲେଟ୍ ପ୍ଲାଣ୍ଟ ଲଗାଇବାକୁ ପର୍ଯ୍ୟାବରଣ ଆଇନ ଉଲଙ୍ଘନ ଅଭିଯୋଗ।। ନେସନାଲ ଗ୍ରୀନ ଟ୍ରିବୁନାଲର ଯାଞ୍ଚ ଆରମ୍ଭ।

0 369

ବଣାଇ : ୧୯/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ପୁରଣାପାଣି କପଣ୍ଡ ଠାରେ କାଇ ଇଣ୍ଟର ନେସନାଲ କମ୍ପାନୀ ପକ୍ଷରୁ ସ୍ଥାପିତ ହେବାକୁ ଯାଉଛି ଏକ ପେଲେଟ୍ ପ୍ଲାଣ୍ଟ। ମାତ୍ର କେତେକ ପର୍ଯ୍ୟାବରଣ ଆଇନ ଉଲଙ୍ଘନ ଅଭିଯୋଗରେ ଜାତୀୟ ସବୁଜ ପ୍ରାଧିକରଣ ଅଦାଲତ ହସ୍ତକ୍ଷେପ ପରେ କାମ ବନ୍ଦ ରହିଥିଲା। ଶନିବାର ଦିନ ନେସନାଲ ଗ୍ରୀନ ଟ୍ରିବୁନାଲର ଏକ ୫ ଜଣିଆ ତଦନ୍ତକାରୀ ଦଳ ଉକ୍ତ ସ୍ଥାନର ସରଜମୀନ ତଦନ୍ତ କରି ଫେରିଛନ୍ତି l ପ୍ରସ୍ତାବିତ ଏହି ପ୍ରକଳ୍ପକୁ ବିରୋଧ କରି କିଛି ଲୋକ ସବୁଜ ପ୍ରାଧିକରଣ ଅଦାଲତ ରେ ଅଭିଯୋଗ କରିବାରୁ ଏଭଳି ସ୍ଥିତି ଉପୁଜିଛି l କମ୍ପାନୀ ପକ୍ଷରୁ ହେଉଥିବା ପ୍ରକଳ୍ପ ରେ ବନବିଭାଗ ପକ୍ଷରୁ ଚଞ୍ଚକତା କରାଯାଇ ଜଙ୍ଗଲ ର କିସମ ପରିବର୍ତ୍ତନ କରାଯାଇଥିବା, ଆଖିବୁଜା ଗଛ କଟାଯିବା ଆଦି ଅଭିଯୋଗ ହୋଇଥିଲା।
ଅଭିଯୋଗ ପରେ ଜାତୀୟ ସବୁଜ ପ୍ରାଧିକରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ରୋକ୍ ଲଗାଇ ଥିଲେ l ଗତକାଲି ଓଡିଶା ମୁଖ୍ୟ ବନ ସଂରକ୍ଷକ ଙ୍କ ସମେତ ପାଞ୍ଚ ଜଣିଆ କମିଟି ସରଜମୀନ ତଦନ୍ତ କରି ଫେରିଯାଇଛନ୍ତି।
ଏହି ପେଲେଟ ପ୍ଲାଣ୍ଟ ହେବା ଦ୍ୱାରା ପ୍ରଦୂଷଣ ହେବା ସହ କିଡ୍ନୀ ଜନିତ ରୋଗ ଦେଖାଯିବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.