ମୟୁରଭଞ୍ଜ : ପୂଜାସ୍ଥଳୀ ଭଙ୍ଗାରୁଜାକୁ ନେଇ ସାନ୍ତାଳୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ।। ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 307

ମୟୁରଭଞ୍ଜ : ୧୭/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ପୂଜାସ୍ଥଳୀରେ ଭଙ୍ଗାରୁଜା କରିଥିବା ଦୃବୃତ୍ତଙ୍କୁ ଗିରଫ ଜରିବାରେ ପୋଲିସ ବିଫଳ ହୋଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଗତ ଫବୃଆରୀ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗଣିଘଷା ପଞ୍ଚାୟତ ସାହାରପଡ଼ା ଚିଲିକଧରା ଗ୍ରାମର ସାନ୍ତାଳୀ ସମ୍ପ୍ରଦାୟର ପୂଜାସ୍ଥଳିକୁ କିଛି ଲୋକ ଭାଙ୍ଗି ଦେଇଥିଲେ। ଏ ବାବଦରେ ହରିଚନ୍ଦନପୁର ଥାନାରେ ଅଭିଯୋଗ ହୋଇଥିଲା। ସାତଦିନ ମଧ୍ୟରେ ପୋଲିସ ଦ୍ରୁବୃତ୍ତ ମାନଙ୍କୁ ଧରିବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ଦୁର୍ବୃତ୍ତ ମାନେ ଗିରଫ ନହେବାରୁ ମାର୍ଚ୍ଚ ୪ ତାରିଖରେ ହରିଚନ୍ଦନପୁର ଥାନା ସମ୍ମୁଖରେ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସତେବେଳେ ଥାନା ଅଧିକାରୀ ୨ ଦିନ ମଧ୍ୟରେ ଦୁର୍ବୃତ୍ତ ଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଗିରଫ ନ କରିବାରୁ ଆଦିବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ଆଦିବାସୀ ମାନେ ଏକତ୍ରିତ ହୋଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଠାକୁରମୁଣ୍ଡା ବିଡ଼ିଓ ଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତିଙ୍କୁ ଏ ବାବଦରେ ଏକ ସ୍ମାରକପତ୍ର ପଠାଯାଇଥିଲା।

Leave A Reply

Your email address will not be published.