ରାଇରଙ୍ଗପୁର : ବେଆଇନ ଇଟାଭାଟି ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ।। ନାଲି ଇଟା ବ୍ୟବହାର ବନ୍ଦ କରିବାକୁ ସାଧାରଣରେ ଦାବି।
ରାଇରଙ୍ଗପୁର : ୧୭/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବେଆଇନ ଭାବେ ଚାଲିଥିବା ଇଟାଭାଟିକୁ ବନ୍ଦ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି। ମାତ୍ର ସରକାରଙ୍କ ଏବି ନିୟମକୁ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଭାଲୁବଷା ପଞ୍ଚାୟତ ରେ ଖୋଲାଖୋଲି ଉଲଂଘନ କରାଯାଉଛି। ଗ୍ରାମରେ କିଛି ଇଟାଭାଟି ମାଲିକ ବେଆଇନ ଭାବେ ଭାଟି ଚାଲୁ କରିଥିବାର ଦେଖାଯାଉଛି। ଫଳରେ ସେଠାରେ ଚିମିନିରୁ ବାହାରୁ ଥିବା ଧୂଆଁ ଯୋଗୁଁ ପ୍ରଦୂଷଣ ବଢୁଛି। ଏହା ଛଡା ନଦୀରୁ ବାଲି ଓ ପାଣି ଚୋରି କରୁ ଥିବାର ମଧ୍ୟ ଅଭିଯୋଗ ହେଉଛି। ମାଟିରେ ପୋଡା ନାଲି ଇଟାକୁ ସରକାର ବେଆଇନ ଘୋଷିତ କରିଥିଲେ ହେଁ ଖୁଲମଖୁଲା ଭାବେ ଏଠାରେ ନାଲି ଇଟା ବ୍ୟବହାର ଚାଲିଛି। ତହସିଲଦାର ଓ ଆର୍ ଆଇ ଙ୍କ ନାକ ତଳେ ଏହି ଇଟା ଭାଟି ଚାଲିଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ବେଆଇନଭାବେ ଚାଲୁଥିବା ଇଟାଭାଟିକୁ ବନ୍ଦ କରିବା ପାଇଁ ସାଧାରଣରେ ଦୃଢ ଦାବୀ ହେଉଛି