ମୟୁରଭଞ୍ଜ : ୧୭/୩ (ସତ୍ୟାନ୍ୟୁଜ)
ଏ ଟି ଏମ୍ ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ୍ ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ମାନେ। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଧୋବାଡିହା ଛକ ନିକଟରେ। ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରୁ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଏକ ଗ୍ୟାସ୍ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକମାନେ ଏ ବାବଦରେ ଜାଣିବା ପରେ ଯଶିପୁର ଥାନାରେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଯଶୀପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଜସିପୁର ଅଞ୍ଚଳରେ କୌଣସି ବ୍ୟାଙ୍କ ଏଟିଏମ୍ ରେ ସୁରକ୍ଷା କର୍ମୀ ନଥିବାରୁ ଅପରାଧୀ ମାନେ ଏହାର ସୁଯୋଗ ନେଇ ଲୁଟ କରୁଛନ୍ତି। ଏଟିଏମ୍ ରେ ସୁରକ୍ଷା କର୍ମୀ ମୁତୟନ କଲେ ଏ ପ୍ରକାର ଅପରାଧ ଉପରେ ଲଗାମ ଦେଇ ହେବ ବୋଲି ମତ ପ୍ରକାଶ ପାଇଛି।