ରାଇରଙ୍ଗପୁର : ପ୍ରେମିକାକୁ ଗୁଳି କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପ୍ରେମିକ ସହ ୩ ଗିରଫ।। ପିସ୍ତଲ ଜବତ।

0 401

ରାଇରଙ୍ଗପୁର : ୧୫/୩ (ସତ୍ୟାନ୍ୟୁଜ) ପ୍ରେମିକାକୁ ଗୁଳି କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇଛି ପ୍ରେମିକ। ପ୍ରେମିକ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ମାରିଥିବା ପିସ୍ତଲ ମଧ୍ୟ ପୋଲିସ ଜବତ କରିଛି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ। ଜଣେ ନାବାଳିକା ସହିତ ଆରମ୍ଭ ହୋଇଥିବା ପ୍ରେମ ନାବାଳିକା ଜଣକ ସାବାଳିକା ହେବା ପରେ ଶେଷରେ ପ୍ରତାରଣା ର ରୂପ ନେଇଛି। ପ୍ରେମିକା କୁ ଗୁଳି କରି ହତ୍ୟା କରିବାକୁ ମଧ୍ୟ ପଛେଇ ନାହିଁ ପ୍ରେମିକ। ସୌଭାଗ୍ୟ ବଶତଃ ପ୍ରେମିକା ଜଣକ ବର୍ତ୍ତି ଯାଇଛନ୍ତି। ଘଟଣାର ପର୍ଦ୍ଦାଫାଶ ହେବା ପରେ ପ୍ରେମିକ ସମେତ ତିନି ଜଣ ଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବରୁ ରାଇରଙ୍ଗପୁର ଅଞ୍ଚଳର ଅର୍ଜୁନ ପଣ୍ଡା ଙ୍କ ସହିତ ବିଶୋଇ ଥାନା ଅଞ୍ଚଳର ଜନୈକ ନାବାଳିକା ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଅର୍ଜୁନ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ମଧ୍ୟ ଉକ୍ତ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ହେଲେ ଏ ନେଇ ଯୁବତୀ ଜଣକ ମନା କରିବାରୁ ଅର୍ଜୁନ ସବୁଦିନ ପାଇଁ ତାଙ୍କୁ ରାସ୍ତା ରୁ ହଟାଇବା ପାଇଁ ଯୋଜନା କରିଥିଲେ। ଯୋଜନା କ୍ରମେ ଗୋରୁମହିଷାଣୀ ଅଞ୍ଚଳ ନାକିମ ଖାନ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ ପିସ୍ତଲ କିଣି ଥିଲେ । ଗତ ଗୁରୁବାର ଦିନ ଯୁବତୀ ଙ୍କୁ ଏକ ଟାଟା ମ୍ୟାଜିକ ଗାଡ଼ି ରେ ରାଇରଙ୍ଗପୁର ଅଞ୍ଚଳର ଖଡଖାଇ ବନ୍ଧ କୁ ନେଇ ଯାଇ ସେଠାରେ ତାଙ୍କୁ ଗୁଳି କରିଥିଲେ। ସୌଭାଗ୍ୟ ବଶତଃ ଗୁଳିଟି ଯୁବତୀ ଙ୍କ ଜଙ୍ଘ ରେ ବାଜି ବାହାରି ଯାଇଥିଲା। ପରେ ଯୁବତୀ କୁ ସେଠାରୁ ବିଶୋଇ ନେଇ ସେଠାରେ ଜନୈକ ମହିଳାଙ୍କ ଘରେ ନଜର ବନ୍ଦୀ ଭାବେ ରଖିଥିଲେ। କୌଣସି ମତେ ଯୁବତୀ ଜଣକ ତାଙ୍କ ମାମୁଁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଘଟଣା ବିଷୟରେ ଜଣାଇଥିଲେ। ଘଟଣା ବାବଦରେ ଅବଗତ ହେବାପରେ ଯୁବତୀଙ୍କ ମାମୁଁ ଏନେଇ ବିଶୋଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ରାଇରଙ୍ଗପୁର ଏସଡିପିଓ ଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଯୁବତୀ ଙ୍କୁ ଉଦ୍ଧାର କରି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଅର୍ଜୁନ, ବନ୍ଧୁକ ଯୋଗାଇ ଥିବା ନାକିମ ଖାନ ଓ ଜନୈକ ମହିଳା ଙ୍କୁ ଗିରଫ କରି ଥିଲେ।
ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ , ଟାଟା ମ୍ୟାଜିକ ଗାଡି , ଏକ ସ୍କୁଟି ଓ ୩ ଟି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.