ରାଉରକେଲା : ସାଢ଼େ ସାତ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ। ୪ ଡ୍ରଗ୍ସ ଚାଲାଣକାରୀ ଗିରଫ। ବାଇକ , ସ୍କୁଟି ଜବତ।

0 511

ରାଉରକେଲା : ୧୫/୩ ( ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ୭ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗର ଜବତ କରିଛନ୍ତି। ଡ୍ରଗ୍ସ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୪ ଜଣ ଡ୍ରଗ୍ସ ଚାଲାଣକାରୀ ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ରେ ବ୍ରାଉନ ସୁଗର ନେଇ ଟ୍ରାଫିକ ଗେଟ ଆଡୁ ଆସୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ। ପୋଲିସ ବାଇକ ଏବଂ ସ୍କୁଟିକୁ ମଧ୍ୟ ଜବତ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ପୋଲିସ ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.