ରାଉରକେଲା : ୧୫/୩ (ସତ୍ୟାନ୍ୟୁଜ) ବନ ବିଭାଗ ପକ୍ଷରୁ ବିରମିତ୍ରପୁର ବନାଞ୍ଚଳର ରାଏବଗା ଏବଂ ଭାଲୁଳତା ଗ୍ରାମରେ ଚଢ଼ାଉ କରି ୧୧ ଲକ୍ଷ ଟଙ୍କାର ବେଆଇନ ମୂଲ୍ୟବାନ କାଠ ଜବତ କରାଯାଇଛି। ବେଆଇନ କାଠ କାରବାର କରୁଥିବା ଅଭିଯୋଗରେ ରାଜେଶ ସାହୁ ଏବଂ ବିଶ୍ରାମ କଂଗଡ଼ି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଡି ଏଫ ଓ ଯଶବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏ ସି ଏଫ ସୌମ୍ୟ ରଞ୍ଜନ ଗୋଛାୟତଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ସାଳ , ଗମ୍ଭାରୀ , ରୋହିଣୀ କାଠ ସହ ୫ଟି କରତ ଏବଂ ବିଦ୍ୟୁତ ଚଳିତ ରନ୍ଦା ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଡି ଏଫ ଓ କହିଛନ୍ତି।