ରାଉରକେଲା : ଗରମ ଡାଲିରେ ପଡି ସ୍କୁଲ ଛାତ୍ର ମୃତ୍ୟୁ ଘଟଣା।। କୋଇଡା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସହ ମଙ୍ଗଳ ଅଧିକାରୀ ନିଲମ୍ବିତ।। ରୋଷେୟା ଗିରଫ

0 441

ରାଉରକେଲା/କୋଇଡା : ୧୪/୩ (ସତ୍ୟାନ୍ୟୁଜ) ଗରମ ଡାଲି ହାଣ୍ଡିରେ ପଡି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ସରକାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗ ଙ୍କୁ ନିଲମ୍ବିତ କରାଯାଇଛି। ସେହିପରି କୋଇଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏତେଲା କ୍ରମେ ସ୍କୁଲର ରୋଷେୟା ତାରିଣୀ ନାୟକଙ୍କୁ କୋଇଡା ପୋଲିସ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆଦିବାସୀ ଉନ୍ନୟନ ବିଭାଗର କମିଶନର ରୁପା ରୋଷନ ସାହୁ ଏହି ଆଦେଶନାମା ଜାରି କରିଛନ୍ତି।
ସୂଚନାଯୋଗ୍ୟଯେ ଗତ ୬ ତାରିଖ ଦିନ କୋଇଡା ବ୍ଲକର ଡେଙ୍ଗୁଳା ସ୍କୁଲର ୮ମ ଶ୍ରେଣୀର ଛାତ୍ର ଗରମ ଡାଲିରେ ପଡି ରାଉରକେଲା ଆଇଜିଏଚ ରେ ଭର୍ତ୍ତି ହୋଇଥିଲେ। ସ୍କୁଲର ରୋଷେୟା ସହ ଚୁଲି ରୁ ଡାଲି ହଣ୍ଡା ଆଣୁଥିବା ବେଳେ ଏହି ଅଘଟଣ ଘଟି ଥିଲା। ୨ ଦିନ ତଳେ ଆଇଜିଏଚ ରେ ଉକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

Leave A Reply

Your email address will not be published.