ଭୁବନେଶ୍ୱର : ୫୦୦ ଏକର ଜମିରେ ନିର୍ମିତ ବୋଟାନିକାଲ ଗାର୍ଡେନ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।। ୧୦୦ ଏକର ଜମିରେ ରହିଛି କାକ୍ ଟସ୍ ଗାର୍ଡେନ।
ଭୁବନେଶ୍ୱର : ୧୪/୩ (ସତ୍ୟାନ୍ୟୁଜ) ଭୁବନେଶ୍ୱର ନନ୍ଦନ କାନନ ନିକଟରେ ଅବସ୍ଥିତ ବୋଟାନୀକାଲ ଗାର୍ଡେନ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ନନ୍ଦନକାନନ ରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଉଦ୍ଭିଦ ଉଦ୍ୟାନ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ୫୦୦ ଏକର ଜମିରେ ଆରମ୍ଭ ହୋଇଥିବା ଏହି ଗାର୍ଡେନ ରେ ଏବେ ସବୁ ବର୍ଗ ଏବଂ ବୟସର ଲୋକଙ୍କ ପାଇଁ ଆମୋଦ ପ୍ରମୋଦର ବ୍ୟବସ୍ଥା ରହିଛି। ଛୋଟ ଛୋଟ ପିଲାଙ୍କ ପାଇଁ ଏଠାରେ ଶିଶୁ ଉଦ୍ୟାନ ସହ ଖେଳ ସରଞ୍ଜାମ ରହିଛି। ଏହି ଉଦ୍ୟାନ ମଧ୍ୟରେ ୧୪ ଟି ରୁ ଉର୍ଦ୍ଧ୍ଵ ବଗିଚା ରହିଛି ଗୋଲାପ , ମନ୍ଦାର , କାକ୍ ଟସ୍ , ଔଷଧି ବୃକ୍ଷ ବଗିଚା ଆଦି ରହିଛି। ଏଠାରେ ଥିବା ମୋଗଲ ଗାର୍ଡେନ ଏବଂ ରୋଜ୍ ଗାର୍ଡେନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।
କେବଳ ବୃକ୍ଷ ଲତା ନୁହେଁ ଏଠାକାର ଶାନ୍ତ ଏବଂ ପ୍ରାକୃତିକ ପରିବେଶ ଯୋଗୁ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅବାଧରେ ବିଚରଣ କରୁଛନ୍ତି। ବିଶେଷ କରି ମାଙ୍କଡ଼ ମାନେ ପ୍ରାକୃତିକ ପରିବେଶର ଭରପୁର ଆନନ୍ଦ ନେଉଛନ୍ତି। ପିକନିକ ପାଇଁ ଏଠାରେ ପିଣ୍ଡି କରାଯାଇ ସମସ୍ତ ସୁବିଧା କରାଯାଇଛି। ଏହି ଉଦ୍ଭିଦ ଉଦ୍ୟାନ ମଧ୍ୟରେ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ ଏବଂ ରେଷ୍ଟ ହାଉସ ମଧ୍ୟ ରହିଛି। ବନ୍ଦ ପଡିଥିବା ନନ୍ଦନକାନନ ରୁ ବୋଟାନିକାଲ ଗାର୍ଡେନ କୁ ସଂଯୋଗ କରୁଥିବା ରୋପ ୱେ କାମ ଏବେ ଚାଲିଛି। ମୋଟ ଉପରେ ଏହି ଉଦ୍ୟାନ କୁ ଅଧିକ ଆକର୍ଷଣୀୟ କରିବାକୁ ଏବେ ଏଠାରେ ଅନେକ କାମ ଚାଲିଛି।