ରାଉରକେଲା : କୋଇଡା ବିଡ଼ିଓଙ୍କ ବଦଳି ଦାବିରେ ସିପିଏମ୍ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 363

ରାଉରକେଲା : ୧୪/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡ଼ିଓଙ୍କ ବଦଳି ଦାବି ପୁଣି ଜୋର ଧରିଛି। ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କୁ ତୁରନ୍ତ ବଦଳି ଦାବିରେ ମଙ୍ଗଳବାର ଦିନ ସିପିଏମ୍ ଦଳ ତରଫରୁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି। ଉନ୍ନୟନମୂଳକ କାମରେ ଅଗ୍ରଗତି ହେଉନଥିବା ଏବଂ ଦୁର୍ନୀତି ହେଉଥିବା ଅଭିଯୋଗ କରି ଏହି ବିକ୍ଷୋଭ କରାଯାଇଛି। ୧୨ ଟି ପଞ୍ଚାୟତର ସରପଞ୍ଚ ଓ ବ୍ଲକ ଅଧକ୍ଷଙ୍କ ସମେତ ଦଳୀୟ କର୍ମୀ , ଜନସଧାରଣ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।ଏରିଏନ ଛକ ରୁ ଏକ ଶୋଭଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଡ଼ିଓଙ୍କ ଦୁର୍ନୀତି ଏବଂ ସ୍ବେଚ୍ଛାଚାରିତା ଅଭିଯୋଗ କରି ପ୍ରତିବାଦ ସଭା କରିଥିଲେ। ବିଡ଼ିଓଙ୍କ ର ବଦଳି ନହେବା ପର୍ଯ୍ୟନ୍ତ ବିକ୍ଷୋଭ , ଆନ୍ଦୋଳନ ଜାରି ରହିବ ବୋଲି ସିପିଆଇଏମ୍ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.