ରାଉରକେଲା : ୧୪/୩ ( ସତ୍ୟାନ୍ୟୁଜ) ରାଉରକେଲା ସହରର ମୁଖ୍ୟ ମାର୍ଗ ପାୱାର ହାଉସ ରୋଡ଼ ଛକ ନିକଟରେ ଥିବା ବାବା ବାଳକ ନାଥ ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଅୟୋଜନ କରା ଯାଇଥିଲା। ବିଧି ବିଧାନରେ ପୂଜାର୍ଚ୍ଚନା କରାଯିବା ସହ ଭଜନ କୀର୍ତ୍ତିନ କରାଯାଇଥିଲା। କମିଟି ପକ୍ଷରୁ ଭଣ୍ଡାରା ର ମଧ୍ୟ ଅୟୋଜନ କରାଯାଇଥିଲା। ବାବା ବାଳକ ନାଥ ମନ୍ଦିର କମିଟିର ବିନୋଦ ତଲୱାର୍ , ଅଶୋକ ତଲୱାର୍ , ପବନ କୁନ୍ଦ୍ର। , କୂଳଦୀପ କୁନ୍ଦ୍ର। , ରେଣୁ କୁନ୍ଦ୍ର। , କିରଣ କୁନ୍ଦ୍ର। , ବିଶାଳ କୁନ୍ଦ୍ର। ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।