ମୟୁରଭଞ୍ଜ : ଜସିପୁର ବସ୍ ଷ୍ଟାଣ୍ଡରୁ ସରକାରୀ ବସ୍ ରୁ ଲକ୍ଷାଧିକ ଟଙ୍କାର ବେଆଇନ ଗଞ୍ଜେଇ ଜବତ କଲା ପୋଲିସ।। ଡ୍ରାଇଭର , କଣ୍ଡକ୍ଟର ଅଟକ।

0 294

ମୟୁରଭଞ୍ଜ : ୧୩/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ। ମାଡି ବସିଲା ପୋଲିସ। ଲକ୍ଷାଧିକ ଟଙ୍କାର ଏହି ବେଆଇନ ଗଞ୍ଜେଇ ରାଜ୍ୟ ପରିବହନ ନିଗମର ଏକ ବସରେ ଯାଉଥିବା ବେଳେ ଜସିପୁର ପୋଲିସ ଏହି ଗଞ୍ଜେଇ ଜବତ କରିଛନ୍ତି। ବସଟି ଅନୁଗୁଳରୁ ରାଇରଙ୍ଗପୁର ହୋଇ ବାରିପଦା ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଯଶୀପୁର ବସଷ୍ଟାଣ୍ଡରେ ବସ୍ ଉପରେ ଚଢ଼ାଉ କରି ୨୩ କେ.ଜି ଚୋରା ଗଞ୍ଜେଇ ଜବତ କରିଥିଲେ। ବସ୍ ର ଦୁଇ ଚାଳକ ସମେତ କଣ୍ଡକ୍ଟର କୁ ମଧ୍ୟ ଯଶୀପୁର ପୋଲିସ୍ ଅଟକ ରଖି ପଚାରାଉଚରା କରୁଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ ରୁ ଜଣା ପଡିଛି।

Leave A Reply

Your email address will not be published.