ରାଉରକେଲା : ଗରମ ଡାଲି ହଣ୍ଡାରେ ପଡି ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ।।। କୋଇଡା ବ୍ଲକ ଡେଙ୍ଗୁଳା ବିଦ୍ୟାଳୟର ଘଟଣା।

0 549

ରାଉରକେଲା : ୧୩/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସ୍କୁଲ ହଷ୍ଟେଲରେ ଖାଦ୍ୟ ରୋଷେଇ ବେଳେ ଡାଲି ହଣ୍ଡା ରେ ପଡି ଛାତ୍ର ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ଅଷ୍ଟମ ଶ୍ରେଣୀ ଉକ୍ତ ଛାତ୍ର ରୋଷେୟା ସାଙ୍ଗରେ ଚୁଲିରୁ ଡାଲି ହାଣ୍ଡି ଆଣୁ ଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରଥମେ ଗୁରୁତର ଆହତ ଛାତ୍ରଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚ କୁ ସ୍ଥାନନ୍ତର କରଯାଇଥିଲା। ରବିବାର ରାତିରେ ଉକ୍ତ ଛାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଇଜିଏଚରେ ମୃତ୍ୟୁ ହୋଇଛି । ଏହି ଘଟଣା ମାର୍ଚ୍ଚ ୬ ତାରିଖରେ ଘଟିଥିବା ବେଳେ ଏହାକୁ ଚପାଇ ରଖିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ କରା ଯାଇଥିବା ଅଭିଯୋଗ ହୋଇଛି। ତେବେ ଗତକାଲି ଛାତ୍ରଙ୍କ ମୃତ୍ୟୁ ପରେ ଏହି ଘଟଣା ସମ୍ନାକୁ ଆସିଚି । ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.