ରାଉରକେଲା : ଗୁଳି ମାଡରେ ମୃତ୍ୟୁ ବରଣ କରିଥିବା ଢ଼ାବା ମାଲିକ ହତ୍ୟା ଘଟଣାର ପର୍ଦ୍ଦାଫାସ।। ମୁଖ୍ୟ ଅଭିଯୁକ୍ତ ଗିରଫ।। ପିସ୍ତଲ , ଗୁଳି ଜବତ।

0 1,215

ରାଉରକେଲା : ୧୩/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ଅଞ୍ଚଳରେ ଫେବ୍ରୁଆରୀ ୨୬ ତାରିଖରେ ଦ୍ରୁବୃତ୍ତଙ୍କ ଗୁଳିମାଡରେ ରମେଶ ଚତକା ନାମକ ଜଣେ ଢ଼ାବା ମାଲିକଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ଆହତ ରାମ ପୂର୍ତ୍ତି ଏପର୍ଯ୍ୟନ୍ତ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଡୁ ସଦାନନ୍ଦ ମାନକୀ କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଝାରଖଣ୍ଡର ପ୍ରକାଶ ପାତ୍ର ଫେରାର ଅଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ନିକଟରୁ ଏକ ପିସ୍ତଲ , ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି। ୨୬ ତାରିଖ ରାତିରେ ଦୁଇଜଣ ଦୃବୃତ୍ତ ବାଇକରେ ଆସି ରମେଶଙ୍କ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ। ଏହି ଗୁଳିମାଡ଼ରେ ରମେଶ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଆହତ ହୋଇଥିଲେ। ଘଟଣାର ୧୫ ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ବେଆଇନ ମାଙ୍ଗାନିଜ କାରବାର କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave A Reply

Your email address will not be published.