ରାଇରଙ୍ଗପୁର : ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ସମାଜର କଲ୍ୟାଣ ପାଇଁ ୪ଦିନିଆ ଜଜ୍ଞର ଅୟୋଜନ।। ବିନା ଅର୍ଥରେ ବ୍ରତୋପୟନ ର ବ୍ୟବସ୍ଥା।
ରାଇରଙ୍ଗପୁର : ୧୩/୩ (ସତ୍ୟାନ୍ୟୁଜ) ଓଡିଶା ବ୍ରାହ୍ମଣ ମହାସଂଘ ବାମନଘାଟୀ ଶାଖା ପ୍ରତିବର୍ଷ ଯଜ୍ଞର ଆୟୋଜନ କରିଥାଏ। ଚଳିତ ବର୍ଷ ମଧ୍ୟ ଯଜ୍ଞର ଆୟୋଜନ ହେବାକୁ ଯାଉଛି। ସମାଜର ହିତ ପାଇଁ ପାଇଁ ଉଦିଷ୍ଚ ଏହି ଯଜ୍ଞ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବର୍ଷ ଅୟୋଜନ କରା ଯାଇଥାଏ। | ରାଇରଙ୍ଗପୁର ସହରର କୁଚେଇବୁଢୀ ବାବା ପୂଣ୍ଣେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ବ୍ରାହ୍ମଣ ମହାସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହାସଙ୍ଘର ସଭାପତି ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯଜ୍ଞ ବାବଦରେ ବିଷଦ ଆଲୋଚନା ହୋଇଥିଲା। ଆସନ୍ତା ମାର୍ଚ୍ଚ ମାସ ୨୩,୨୪,୨୫ ଏବଂ ୨୬ ତାରିଖରେ ମହାଯଜ୍ଞର ଆୟୋଜନ କରାଯାଉଛି। ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ବିନା ଅର୍ଥରେ ବ୍ରତୋପନୟନ କରିପାରିବେ ବୋଲି ମହାସଙ୍ଘ ପକ୍ଷରୁ କୁହାଯାଇଛି। ଉକ୍ତ ବୈଠକରେ ଉପଦେଷ୍ଟା ଧୂଳିଆ ନନା,କର୍ମକାଣ୍ଡ ବିଧି ନନା ଜନରଂଜନ ଦାଶ,ପୂର୍ଣ୍ଣେଶ୍ବର ମନ୍ଦିର ପୂଜକ ରବିନାରାୟଣ ହୋତା,ପ୍ରଭାସ କୁମାର ମିଶ୍ର,ଜୟକୃଷ୍ଣ ଦାଶ,ତରୁଣ ନନ୍ଦ,ଈଶ୍ବର ପହରାଜ,ଶୁବାଶିନୀ ନନ୍ଦ,ଶୁଶାନ୍ତ ଶର୍ମା,ବିଶ୍ବଜ୍ୟୋତି ପହରାଜ,ଅଶୋକ ବାରିକ,ମିନାକ୍ଷୀ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଜଜ୍ଞରେ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ରାହ୍ମଣ ସଂଘର କର୍ମକର୍ତ୍ତା ଯୋଗ ଦେବେ ବୋଲି ଜଣାଯାଇଛି।