ରାଇରଙ୍ଗପୁର : ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ।

0 286

ମୟୁରଭଞ୍ଜ : ୧୩/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି |ଏଥିରେ ସଭାପତି ରୂପେ ଏଚ ଆର ଏଫ ଆଇ ଚେୟାରପାରସନ୍ ମନୋଜ କୁମାର ଜେନା ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲା ଏଚ ଆର ଏଫ ଆଇ ଉପଦେଷ୍ଟା ପ୍ରଭାକର ଦାସ ପରିଚାଳନା କରିଥିଲେ |ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜେଏମ୍ଏମ୍ ରାଜ୍ୟ ସଭାପତି ଅଂଜଳି ସୋରେନ ଯୋଗ ଦେଇଥଲେ। ସମ୍ମାନିତ ଅତିଥି ଭାବେ ବିଜେଡି ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍ , ରାଇରଙ୍ଗପୁର ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ବାର ସଂଘର ବରିଷ୍ଟ ଆଇନଜୀବୀ ମାନଗୋବିନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏଚ ଆର ଏଫ ଆଇ ରାଜ୍ୟ କନଭେନର ଡଃ ରାଜୀବ ପଟ୍ଟନାୟକ, ମନିଶା ଦାସ,ସଂଗଠକ ଜିଲ୍ଲା କୋଡିନେଟର ହେମନ୍ତ କୁମାର ବାରିକ,ମୟୂରଭଞ୍ଜ KISS ଶିକ୍ଷାନୁଷ୍ଠାନ ଅଧକ୍ଷ୍ୟ ଗଣେଶ ମିଶ୍ରଓ ଜିଲ୍ଲା ଆଇନ କୋଡିନେଟର ଅମିତ କୁମାର ବୈଠା ପ୍ରମୁଖ ଯୋଗ ଦେଇଥିଲେ |ଅତିଥିବୃନ୍ଦ ମାନବାଧିକାର ସଂପର୍କରେ ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ |ଏଥିରେ ସଚିଦାନନ୍ଦ ସାହୁ,ହେମନ୍ତ ବାରିକ,ଭାରତୀ ମହାନ୍ତି,ଶୁଭ୍ରାଶୁ ମଣ୍ଡଳ,ଝରଣା ନାୟକ,ପ୍ରସନ୍ନ ମାର୍ଣ୍ଡି,ଦେବାଶିଷ ପଟ୍ଟନାୟକ,ଅମିତ ବୈଠା,ଶିନୁ ପିଙ୍ଗୁଆ ଓ ମଣ୍ଟୁ ମହାନ୍ତଙ୍କୁ ମାନବାଧିକାରରେ ଉଲ୍ଲେଖନୀୟ କୃତି ପାଇଁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା |ଉକ୍ତ ବୈଠକରେ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍ ରୁ
ଏଚ ଆର ଏଫ ଆଇ ସଦସ୍ୟଗଣ ଯୋଗଦେଇଥିଲେ। ସଭା ଶେଷରେ ରାଜ୍ୟ କୋର୍ଡିନେଟର ଏଚ ଆର ଏଫ ଆଇ କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦଅର୍ପଣ କରିଥିଲେ।

Leave A Reply

Your email address will not be published.