ମୟୁରଭଞ୍ଜ : କାରଞ୍ଜିଆ ବନଖଣ୍ଡ ରେ ଲକ୍ଷାଧିକ ଟଙ୍କାର ଚୋରକାଠ ଜବତ।। ଗାଡି ଛାଡି କାଠ ମାଫିଆ ଫେରାର।

0 291

ମୟୁରଭଞ୍ଜ : ୧୧/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ କର୍ମଚାରୀ ମାନେ ଶୁକ୍ରବାର ଦିନ ଠାକୁରମୁଣ୍ଡା ଏବଂ ଆନନ୍ଦପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଚୋରା କାଠ ବୋଝେଇ ଗାଡିକୁ ଜବତ କରିଛନ୍ତି। ତେବେ ଚୋରା କାଠ ବ୍ୟବସାୟ ରେ ସଂପୂର୍କ୍ତ କାଠ ମାଫିଆ ମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି।
ରାସ୍ତା ଉପରେ ପେଟ୍ରୋଲିଂ କରୁଥିବା ସାତକୋଶିଆ ବନ କର୍ମଚାରୀ ମାନଙ୍କୁ ଦେଖି ଘୋଡ଼ା ଘାଟି ନିକଟରେ କାଠ ବୋଝେଇ ସ୍କର୍ପିଓ କୁ ଛାଡି ଚୋରା କାଠ ବେପାରୀ ମାନେ ଜଙ୍ଗଲ ଭିତର କୁ ପଳାଇଥିଲେ। ଗାଡ଼ିରେ ଥିବା ୭୦ ଖଣ୍ଡ ଶାଳ ଚୌକାଠ ସହ ଗାଡିକୁ ଜବତ କରି ବନ ବିଭାଗ ଘଟଣା ର ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.