ରାଉରକେଲା : ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ବଣାଇ ଅଞ୍ଚଳ ଗସ୍ତ।। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ।

0 320

ରାଉରକେଲା: ୧୧/୩ (ସତ୍ୟାନ୍ୟୁଜ) ରାଉରକେଲାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପରେ ଆଜି ୫ଟି ସଚିବ ଭି କେ ପଣ୍ଡିଆନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଶ୍ରୀ ପଣ୍ଡିଆନ ଗୁରୁଣ୍ଡିଆ ବ୍ଲକ ର କଲେଜ ସହ ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ବଣାଇ ଗସ୍ତରେ ଯାଇଥିଲେ। ବଣାଇରେ ନବ ନିର୍ମିତ ବ୍ରହ୍ମଣୀ ନଦୀ ରେ ବିଜୁ ସେତୁ ବୁଲି ଦେଖିବା ପରେ ବାଣେଶ୍ୱର ମନ୍ଦିର ପହଞ୍ଚି ଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନୟନ ମୂଳକ କାମ ଉପରେ ଆଲୋଚନା କରିଥିଲେ। ପରେ ହକି କ୍ରୀଡ଼ାବିତଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ଅବସରରେ ୫ଟି ସଚିବ ଏସ୍ ଏସ୍ ଜି ମହିଳା ଙ୍କ ପକ୍ଷରୁ ଚାଲୁଥିବା କେଫ୍ ରେ ସୁସାଦ୍ୟ ଖାଦ୍ୟ ଖାଇଥିଲେ। ପରେ ବଣାଇ ଉପଖଣ୍ଡ ଡାକ୍ତର ଖାନାରେ ପହଞ୍ଚି ବିଭିନ୍ନ ଉନୟନ ମୂଳକ କାମ ତଦାରଖ କରିବା ସହ ୱାର୍ଡ ରେ ରୋଗୀ ମାନଙ୍କ ସମସ୍ୟା ବାବଦରେ ଅବଗତ ହୋଇଥିଲେ।

Leave A Reply

Your email address will not be published.