ରାଉରକେଲା : ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।। ସି ଏମ୍ ଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା।

0 429

ରାଉରକେଲା : ୧୦/୩ (ସତ୍ୟାନ୍ୟୁଜ) ରାଉରକେଲା ରେ ନବ ନିର୍ମିତ ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଶୁକ୍ରବାର ଦ୍ୱିପ୍ରହରୁ ଲୋକ ମାନେ ଷ୍ଟାଡିଅମରେ ଭିଡ଼ ଜମାଇଲେଣି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଷ୍ଟାଡିଅମରେ ଏକ ଫୁଟବଲ ପଡିଆ ଥିବାବେଳେ ଆଥଲେଟର୍ସଙ୍କ ପାଇଁ ସୁନ୍ଦର ଟ୍ରାକ ମଧ୍ୟ କରାଯାଇଛି। ଷ୍ଟାଡିଆମରେ ଅତ୍ୟାଧୁନିକ ଜିମ ସହ ଏକ ସୁନ୍ଦର ସ୍ୱିମିଙ୍ଗ ପୁଲ ମଧ୍ୟ ରହିଛି। କ୍ରୀଡ଼ାବିତ ଙ୍କ ଲାଗି ଏଠାରେ ଅନ୍ୟ ବହୁ ସୁବିଧା ରହିଛି। ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ଷ୍ଟାଡିଅମ ଉଦଘାଟନ କରିବା ପରେ ସେଠାରେ ୯୦୦ କୋଟି ଟଙ୍କାର ୬୦୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହା ପରେ ମୁଖ୍ୟମନ୍ତ୍ରୀ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଏଫ୍ ଆଇ ଏଚ ହକି ପ୍ରୋ ଲିଗ୍ ମ୍ୟାଚ ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.