ରାଉରକେଲା : ନିଶାଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ।। ମା,ଭାଉଜଙ୍କ ବେକ କାଟି ଦେବା ପରେ ନିଜ ବେକ କାଟିଲେ।। ତିନିଜଣ ହସପିଟାଲରେ ଭର୍ତ୍ତି।

0 2,912

ରାଉରକେଲା। ; ୧୦/୩ (ସତ୍ୟାନ୍ୟୁଜ) ଶୁକ୍ରବାର ଦିନ ବନ୍ଧମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନିଶାଶକ୍ତ ଯୁବକ ଛୁରୀରେ ନିଜ ମା ଏବଂ ଭାଉଜଙ୍କ ଗଳା କାଟି ଦେବା ପରେ ନିଜ ଗଳା ମଧ୍ୟ କାଟି ଦେଇଛି। ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଇ ସେକ୍ଟର ଅଞ୍ଚଳରେ। ଆଜି ସକାଳୁ କୌଣସି କାରଣରୁ ବେନଡିକ୍ଟ
କିସପେଟା ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଏହି ଜଘନ୍ୟ କାମ କରିଛି। ବନ୍ଧମୁଣ୍ଡା ଇ ସେକ୍ଟର ଭୁତବଙ୍ଗଳା ଅଞ୍ଚଳର ଏହି ଯୁବକ ଧାରୁଆ ଛୁରୀରେ ନିଜ ବୁଢ଼ୀ ମା ଓ ଭାଉଜ କୁ ଆକ୍ରମଣ ପରେ ନିଜ ଦେହ ବେକକୁ ମଧ୍ୟ ଧାରୁଆ ଛୁରୀରେ କାଟି ଦେଇଛି। ଖବର ପାଇ ବନ୍ଧମୁଣ୍ଡା ପୋଲିସ ଗୁରତର ଆହତଙ୍କୁ ଚିକିତ୍ସା ଲାଗି ହସପିଟାଲ ପଠାଇଛନ୍ତି। ମା , ଭାଉଜଙ୍କୁ ଆକ୍ରମଣ କାରଣ ସମ୍ପର୍କରେ ବେନଡିକ୍ଟ କିଛି କହୁ ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.