ରାଉରକେଲା : ବିରସା ମୁଣ୍ଡା ଆଥଲେଟିକ ଷ୍ଟାଡିଅମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ୯୦୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ।

0 1,561

ରାଉରକେଲା : ୧୦/୩ (ସତ୍ୟାନ୍ୟୁଜ) ରାଉରକେଲା ରେ ନବ ନିର୍ମିତ ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ୫ଟି ସଚିବ
ଭି କେ ପଣ୍ଡିଆନ , ବିଧାୟକ ସାରଦା ପ୍ରସାଦ ନାୟକ , ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଷ୍ଟାଡିଆମରେ ଉପସ୍ଥିତ ଥିଲେ। ଏହି ଷ୍ଟାଡିଅମରେ ଏକ ଫୁଟବଲ ପଡିଆ ଥିବାବେଳେ ଆଥଲେଟର୍ସଙ୍କ ପାଇଁ ସୁନ୍ଦର ଟ୍ରାକ ମଧ୍ୟ କରାଯାଇଛି। ଷ୍ଟାଡିଆମରେ ଅତ୍ୟାଧୁନିକ ଜିମ ସହ ଏକ ସୁନ୍ଦର ସ୍ୱିମିଙ୍ଗ ପୁଲ ମଧ୍ୟ ରହିଛି। କ୍ରୀଡ଼ାବିତ ଙ୍କ ଲାଗି ଏଠାରେ ଅନ୍ୟ ବହୁ ସୁବିଧା ରହିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଷ୍ଟାଡିଅମ ଉଦଘାଟନ କରିବା ପରେ ସେଠାରେ ୯୦୦ କୋଟି ଟଙ୍କାର ୬୦୦ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଏଫ୍ ଆଇ ଏଚ ହକି ପ୍ରୋ ଲିଗ୍ ମ୍ୟାଚ ର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ବାହାରି ଯାଇଛନ୍ତି।

Leave A Reply

Your email address will not be published.