ରାଇରଙ୍ଗପୁର : ଗୋଶାଳା ଜମିକୁ ସରକାରୀ ଟିକେଟ ଭୁକ୍ତ କରାଗଲା।। ୬୫ ବର୍ଷ ପରେ ଜମି ସରକାରୀ କରଣ ହୋଇଥିବାରୁ ଲୋକମାନେ ବେଶ ଖୁଶି।
ରାଇରଙ୍ଗପୁର : ୧୦/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ଗୋଶାଳା ତଥା ଗୌ ମନ୍ଦିର ଅଳାଁଡୁବାରେ ୧୯୫୮ରେ ସଳ୍ପସଂଖ୍ୟକ ଗାଈମାନଙ୍କଦ୍ବାରା ୫ଏକର ଜାଗାରେ ଆରମ୍ଭ ହୋଇଥିଲା |ସେତେବେଳେ ଏହା ସୋସାଇଟି ଆକ୍ଟ ରେ ଟ୍ରଷ୍ଟ ଦ୍ବାରା କାର୍ଯ୍ୟ ଚାଲୁଥିଲା।ଏବେ ଏହାର କଳେବର ବୃଦ୍ଧି ଘଟି ଗାଈମାନଙ୍କର ସଖ୍ୟା ୩୫୦ ପହଞ୍ଚିଥିବା ବେଳେ ସେଥିରୁ ମାତ୍ର ୬୦ଟି ମାତ୍ର ଦୁଧିଆାଳୀ ଗାଈ ରହିଛନ୍ତି |ଏଠାରେ ପ୍ରାୟ ୩୦ଜଣ କର୍ମଚାରୀ କାର୍ଯ୍ୟକରୁଅଛନ୍ତି। କିଛିଦିନ ପୂର୍ବେ ୫ଟି ସଚିବ ଭି କେ ପାଣ୍ଡିୟାନ ରାଇରଙ୍ଗପୁରସହର ଗ୍ରସ୍ତରେ ଆସି ରାଇରଙ୍ଗପୁର ଗୋଶାଳା ପରିଦର୍ଶନ କରିଥିଲେ। ଗୋସଲା ଜମି ସମସ୍ୟାର ସମାଧାନ ଲାଗି ସେ ୭ଦିନର ସମୟ ମାଗିଥିଲେ। ମାତ୍ର ୫ ଦିନରେ ହିଁ ଗୋଶାଳା ଜମିକୁ ସରକାର ସରକାରୀ ଟିକେଟ୍ ଭୁକ୍ତ କରିଛନ୍ତି। ଦୀର୍ଘ ୬୫ ବର୍ଷ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ ଭି କେ ପାଣ୍ଡିୟାନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ମିଳିତ ଉଦ୍ୟମରେ ରାଇରଙ୍ଗପୁର ଗୋଶାଳା ଜମି ସରକାରୀ କରଣ ହୋଇଥିବାରୁ ଲୋକମାନେ ବେଶ ଖୁସି ଅଛନ୍ତି। ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ୍ୟ ଅଭିଶେକ ପଟ୍ଟନାୟକ ସମସ୍ତଙ୍କୁ ସାଧୁବାଦ ଦେଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍ ମଧ୍ୟ ସମସ୍ତଙ୍କୁ ଶୁଭେଛା ଦେଇଥିଲେ |ରାଇରଙ୍ଗପୁର ଗୋଶାଳା କମିଟୀ ର ସଭାପତି ରବି କୁମାର ଅଗ୍ରୱାଲ,ସଂପାଦକ ଗୌରୀଶଙ୍କର ସାରଡା,ଉପସଭାପତି ରମେଶ କୁମାର ଅଗ୍ରୱାଲ,ଅଧକ୍ଷ୍ୟ ଅନୁପ ଚାନ୍ଦଗୋଟିଆ,ଯୁଗ୍ମ ସଂପାଦକ ଅନିଲ ସରେଇବାଲା ତଥା ଅନ୍ୟାନ୍ୟ ସଦସ୍ୟମାନଙ୍କ ଦ୍ବାରା ଗୋଶାଳାର ଦୈନଦିନର କାର୍ଯ୍ୟ ସୁରୁଖୁରରେ ଚାଲୁରହିଥିବା ବେଳେ ଏହି ନେଇ ଗୁରୁବାର ସନ୍ଧ୍ୟା ସମୟରେ ବିଜେଡି ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥଲା।