ରାଉରକେଲା : ହକି ପ୍ରୋ ଲିଗ୍ ମ୍ୟାଚ ଲାଗି ଚଳ ଚଞ୍ଚଳ ବିର୍ସ। ମୁଣ୍ଡା ଷ୍ଟାଡିଅମ।। ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ।
ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ହକି ବିଶ୍ୱକପ ପରେ ଜନଶୂନ୍ୟ ହୋଇ ପଡ଼ିଥିବା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ଏବେ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି
ଏଫ୍ ଆଇ ଏଚ ହକି ପ୍ରୋ ଲିଗ୍। ଏହି ପ୍ରୋ ଲିଗ୍ ରେ ଭାରତ , ଜର୍ମାନୀ , ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ହେବାକୁ ଥିବା ବେଳେ ଖେଳ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କ୍ରୀଡ଼ାପ୍ରେମୀ ମଧ୍ୟରେ ବେଶ ଉତ୍ସାହ ରହିଛି। ଅନ୍ ଲାଇନ ଏବଂ ଅଫ ଲାଇନ ଟିକେଟ ମଧ୍ୟ ସରିଗଲାଣି। ତଥାପି ହକି ପ୍ରେମୀ ମାନେ ବକ୍ସ ଅଫିସ ସମ୍ମୁଖରେ ଭିଡ ଲଗାଇଛନ୍ତି। ଅନ୍ୟ ପକ୍ଷରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିବେ। ସାଢ଼େ ଚାରିଟା ବେଳେ ନବୀନଙ୍କ ଏଆରପୋର୍ଟରେ ପହଞ୍ଚିବା ନେଇ ସୂଚନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ବିଶ୍ରା ଛକରେ ଥିବା ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମର ଉଦଘାଟନ କରିବେ। ଏହାସହ ୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପରେ ମୁଖ୍ୟମନ୍ତ୍ରୀ ବିର୍ସ। ମୁଣ୍ଡା ହକି ଷ୍ଟାଡିଆମରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ହେବାକୁ ଥିବା ହକି ପ୍ରୋ ଲିଗ୍ ମ୍ୟାଚ ଉଦଘାଟନ କରିବା ସହ ମ୍ୟାଚ ଦେଖିବାର କାର୍ଯ୍ୟକ୍ରମ ରହିଛି।