ରାଇରଙ୍ଗପୁର : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନ କାମ ସହ ଦୁର୍ନୀତି ଅଭିଯୋଗ।। ସଡକ ନିର୍ମାଣ କମ ବନ୍ଦ କଲେ ଗ୍ରାମବାସୀ।

0 309

ରାଇରଙ୍ଗପୁର : ୯/୩ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍, ମଧୁପୁର ଗ୍ରାମଠାରେ ନିମ୍ନ ମାନର କଂକ୍ରିଟ ରୋଡ଼ କାମକୁ ନେଇ ଜନ ଅସନ୍ତୋଷ ଦେଖା ।ଦେଇଛି। ରାଇରଙ୍ଗପୁର ଗ୍ରାମ୍ୟ ନିର୍ମିାଣ ବିଭାଜନଙ୍କ ଦ୍ଵାରା ନିର୍ମିତ କଂକ୍ରିଟ ଢଳେଇ ପଡିବାର ୨୪ଘଣ୍ଟା ନପୁରୁଣୁ ବିଭିନ୍ନ ସ୍ଥାନରେ ଫାଟ ଦେଖା ଦେଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ମଧୁପୁର ଗ୍ରାମବାସୀ ରାସ୍ତା କାମ ବନ୍ଦ କରି ଦେଇଛନ୍ତି।ଏହି ଗ୍ରାମ୍ୟ ରାସ୍ତାକୁ ଗତ ୨୦୧୩ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରା ଯାଇଥିଲା । ସେତେବେଳେ ଏହି ରାସ୍ତା ଗ୍ରାମ ନିର୍ମାଣ ବିଭାଜନ ଦ୍ୱାରା କରାଯାଇଥିଲା। ଜାମଦା ଠାରୁ ତେଣ୍ଡରା ପର୍ଯ୍ୟନ୍ତ ସାଢେ ଛଅ କିଲୋମିଟର ରାସ୍ତାକୁ ୩କୋଟି ୩୦ଲକ୍ଷ ୭୫ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ଏଥିରେ ମଧୁପୁର ଗ୍ରାମ ଢଳେଇ କାର୍ଯ୍ୟ ସାମିଲ ଥିଲା । ୨୦୧୮ ମସିହାରେ ପୁଣି କଂକ୍ରିଟ ରୋଡ଼ କାମ ହୋଇଥିଲା। ସେଠାରେ ଥିବା ଫଳକ ମୁତାବକ ପୁଣି ୨୦୨୩ ମାର୍ଚ୍ଚ ମାସରେ ରୋଡ଼ କାମ ହୋଇଥିଲା।
ମାତ୍ର କାମ ସରିବାର ୨୪ ଘଣ୍ଟା ମଧ୍ୟରେ ରାସ୍ତା ଫାଟି ଯାଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ତୁରନ୍ତ ଆସି ଗ୍ରାମସଭା ଡାକି ରାସ୍ତାର ମରାମତି ସହ ଦୁର୍ନୀତିର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.