ସୁନ୍ଦରଗଡ : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।। ମହିଳା ମାନେ ସ୍ୱାବଲମ୍ବୀ ହେଲେ ପରିବାରର ଉନ୍ନତି ହୋଇଥାଏ ବୋଲି ମତ।
ସୁନ୍ଦରଗଡ଼ : ୮/୩(ସତ୍ୟାନ୍ୟୁଜ) ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯକ୍ରମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇ ଥିଲେ ଏବଂ ସମାଜରେ ମହିଳା ମାନେ ସ୍ୱାବଲମ୍ବୀ ହେଲେ ପରିବାର ର ଉନ୍ନତି ସାଧିତ ହୋଇଥାଏ ତଥା ସମାଜ ର ମଧ୍ଯ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I
କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ , ଡି.ଏସ୍. ପି ଦ୍ରୌପଦୀ ଦାସ, ସମାଜସେବୀ ଶ୍ରୀମତୀ ସ୍ନେହଲତା ପଟେଲ, ଶ୍ରୀମତୀ ଶୁଭଶ୍ରୀ ରାୟ, ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେସ୍ଵରି ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ବାଲ୍ୟ ବିବାହ ଜିଲ୍ଲା ସଂଯୋଜିକା ଶ୍ରୀମତୀ ମିନାକ୍ଷୀ ପ୍ରଧାନ, ପ୍ଲାନ୍ ଇଣ୍ଡିଆ ର ଜିଲ୍ଲା ସଂଯୋଜକ, ସମସ୍ତ ସି.ଡି.ପି.ଓ.,
କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ପଟେଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I
କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ବାରା ବେଷ୍ଟ ଶିଶୁ ସି. ଡି. ପି. ଓ. , ବେଷ୍ଟ ସୁପରଭାଇଜର , ବେଷ୍ଟ ଅଙ୍ଗନୱାଡି କର୍ମୀ, ଏବଂ ଗୋଟିଏ ସଖୀ ଓ ଗୋଟିଏ ସକ୍ଷା ଙ୍କୁ ପ୍ରମାଣପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା I କାର୍ଯ୍ଯକ୍ରମ କୁ ଶ୍ରୀମତୀ ସୁଶୀଳା ରଥ ପରିଚାଳନା କରିଥିଲେ।