ରାଇରଙ୍ଗପୁର : ପାଇପ ଲାଇନ ଫାଟି ରାସ୍ତାରେ ପାଣି ବହି ଚାଲିଛି।। ପାନୀୟ ଜଳ ପାଇବା ଲାଗି ଲୋକଙ୍କ ଅସୁବିଧା।। ଶୀଘ୍ର ମରାମତି ପାଇଁ ଦାବି।

0 275

ରାଇରଙ୍ଗପୁର : ୭/୩ (ସତ୍ୟାନ୍ୟୁଜ) ଖରାଦିନରେ ଲୋକମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରେ ପାଣି ଭାସୁଛି। ଏପେରି ଦୃଶ୍ୟ ଦେଖିବାକୁ ମିଳୁଛି ରାଇରଙ୍ଗପୁର ୧୪ ନମ୍ବର ୱାର୍ଡରେ। ରାଇରଙ୍ଗପୁର ପୌରପାଳିକା ଅଞ୍ଚଳର ଇଚିଣ୍ଡା ରାସ୍ତାରେ ପିଏଚଡି ପାଇପଲାଇନ ଫାଟି ୨ ଦିନ ହେଲା ପାଣି ବହି ଚାଲିଛି। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଲାପରେ ମଧ୍ୟ ମରାମତି ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପାଇପ ଲାଇନ ଫାଟି ପାଣି ଲିକ୍ ହେଉଥିବାରୁ ଲୋକଙ୍କ ପାଖରେ ପାନୀୟ ଜଳ ଠିକ୍ ଭାବେ ପହଞ୍ଚି ପାରୁନାହିଁ। ଶୀଘ୍ର ପାଇପ୍ ଲାଇନ ମରାମତି କରବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.