ରାଉରକେଲା : ଅଦାନୀ ଗ୍ରୁପ ର ଆର୍ଥିକ ଜାଲିଆତି ଅଭିଯୋଗ କରି କଂଗ୍ରେସର ବିଭିନ୍ନ ବ୍ୟାଙ୍କ , ଏଲ୍ଆଇସି ସମ୍ମୁଖରେ ବିକ୍ଷୋଭ।। ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି।

0 284

ରାଉରକେଲା : ୭/୩ (ସତ୍ୟାନ୍ୟୁଜ) ଆଦାନୀ ଗ୍ରୁପର ଅର୍ଥ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମାର ବିରୋଧ କରି ଆଜି ରାଉରକେଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଦାନୀ ଗ୍ରୁପ ବାବଦରେ ହିଂଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ବଜ଼ାର ଭେଲ୍ୟୁ ଦ୍ରୁତ ହ୍ରାସ ପାଇଛି। ଏହି କମ୍ପାନୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଏଲ୍ଆଇସି ରୁ ହଜାର ହଜାର କୋଟି ଟଙ୍କା ଋଣ ନେଇଥିବା ବେଳେ ଏବେ ଏହି ସଂସ୍ଥା ମାନଙ୍କରେ ଆର୍ଥିକ ସଙ୍କଟ ଦେଖାଯିବାର ସମ୍ଭାବନା ରହିଛି। ଏହି ଆର୍ଥିକ ଜାଲିଆତିର ଯୁଗ୍ମ ସଂସଦୀୟ ତଦନ୍ତ କିମ୍ବା ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ରାଉରକେଲାର ବିଭିନ୍ନ ବ୍ୟାଙ୍କ ଏବଂ ଏଲ୍ ଆଇ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ।

Leave A Reply

Your email address will not be published.