ରାଇରଙ୍ଗପୁର : ୭/୩ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର କୁଚେଇବୁଢୀ ଶ୍ରୀ ପୂଣ୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଆରମ୍ଭ ହୋଇଛି। ଗତ ୪ ତାରିଖ ଅଧିବାସ ପୂଜା ଆରମ୍ଭ ହୋଇ ଆଜି ୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ। ୫ ତାରିଖରେ ଜଳ କଳସଯାତ୍ରା ସହ ଦେବତାଙ୍କ ଆବାହନ,ପୂଜନ ଓ ଅଗ୍ନି ସଂସ୍କାର ଆଦି ସମ୍ପନ୍ନ ହୋଇଥିଲା। ୬ ତାରିଖରେ ସୂର୍ଯ୍ୟପୂଜା,ଧରିତ୍ରୀ ପୂଜା,ଗୋପୂଜା,ଦ୍ବାରପାଳପୂଜା ଓ ସପ୍ତଶତୀ ଚଣ୍ଡୀ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଆଜି ଶ୍ରୀମଦ୍ ଭାଗବତ୍ ଗୀତା ହବନ ଓ ଯଜ୍ଞାନୁଷ୍ଠାନ କାର୍ଯ୍ୟ ସମାପନ ହେଉଛି। ପ୍ରତିଦିନ ସନ୍ଧ୍ୟାରେ ଭଜନ,କୀର୍ତ୍ତନ ଓ ପ୍ରବଚନ ଆଦି କରାଯାଉଛି। ଏଥିରେ ମୁଖ୍ୟପୂଜକ ଭାବେ ଓଡିଶା ରାଜ୍ୟ ବୈଦିକ ବ୍ରାହ୍ମଣ ପରିଷଦର ସଂପାଦକ ସତ୍ୟ ନାରାୟଣ ତ୍ରିପାଠୀଙ୍କ ଦ୍ବାରା ଯଜ୍ଞ କର୍ମ ସମ୍ପାଦନ କରାଯାଉଛି। ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆୟୋଜନ କରିଛନ୍ତି |ଉକ୍ତ ସଭାର ସଭାପତି ପ୍ରଭାସ କୁମାର କବି,ସଂପାଦକ ଅଶ୍ବିନୀ କୁମାର ପଣ୍ଡା,କୋଷାଧକ୍ଷ୍ୟ ସତ୍ୟରଞ୍ଜନ ମହାପାତ୍ର,କାର୍ଯ୍ୟକାରୀ ସଦସ୍ୟ ଅର୍ଧେନ୍ଦୁ ଶେଖର ରଥ,ଖିରଧ ଚନ୍ଦ୍ର ତ୍ରିପାଠୀ,ଗୋକୁଳ ଚନ୍ଦ୍ର ପାଣି,ଦେବବ୍ରତ ରଥ ମହାପାତ୍ର,ନୃପତି ମିଶ୍ର,ରମାକାନ୍ତ ମିଶ୍ର,ଉତ୍ତମ କୁମାର ପଣ୍ଡା,ଅଶ୍ବିନୀ କୁମାର ଜୋତିଷି,ରାଧେଶ୍ୟାମ ପାଣି,ସରୋଜ କୁମାର ପଣ୍ଡା,ରାମଶଙ୍କର ମିଶ୍ର,ପ୍ରସନ୍ନ କୁମାର ଷଡଙ୍ଗୀ,ସ୍ବରୂପ କୁମାର ମିଶ୍ର ଓ କଟି ପଣ୍ଡା ପ୍ରମୁଖ ସହ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି। ପ୍ରତିଦିନ ଏଠାରେ ବିଷ୍ଣୁସହସ୍ର ନାମପାଠ , ଗୋପାଳ ସହସ୍ର ନାମପାଠ, ନୃସିଂହ ସହସ୍ର ନାମପାଠ ଓ ଜଗନ୍ନାଥ ସହସ୍ର ନାମପାଠ ଆୟୋଜନ କରାଯାଉଛି |ଏହି ଧାର୍ମିକ ପରିବେଶରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହେଉଛି