ରାଇରଙ୍ଗପୁର : ୬/୩(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ହୋଲି ସମସ୍ତଙ୍କ ପାଇଁ ଖୁସିର ଲହର ଆଣିଥାଏ। ହୋଲି ପର୍ବର ଦିନକ ପୂର୍ବରୁ ହୋଲିକା ଦହନ କାର୍ଯ୍ୟକ୍ରମ ହୋଇଥାଏ। ଏହି ଦିନରେ ପୁଣ୍ୟକଲେ ବର୍ଷକ ସାରା ଘରେ ଧନର ଅଭାବ ରହେନାହଁ ବୋଲି ବିଶ୍ୱାସ।ହିନ୍ଦୁଧର୍ମରେ ଏହିପର୍ବର ସ୍ବାତନ୍ତ୍ରତା ରହିଛି। ଭଗବାନଙ୍କର ମହାନ ଭକ୍ତ ପ୍ରହଲ୍ଲାଦଙ୍କ ରକ୍ଷାର ମହାନ ଗାଥା ମନେ ପକାଇବା ପାଇଁ ଆମେ ଏହି ପର୍ବ ପାଳନ କରିଥାଉ ବୋଲି ଆୟୋଜକ ମାନେ କହିଛନ୍ତି। ଆଜି ରାଇରଙ୍ଗପୁର ପଞ୍ଚାୟତ ମନ୍ଦିର ତରଫରୁ ହୋଲିକା ଦହନ କାର୍ଯ୍ୟକ୍ରମ ଡେଲି ମାର୍କେଟ ଠାରେ ଆୟୋଜିତ ହୋଇଥିଲା। ମନ୍ଦିର ର ସଭାପତି ବିଶ୍ବରାଜଜୀ ଅଗ୍ରୱାଲ,ସଂପାଦକ ରଂଜନ ଚାନ୍ଦ ଗୋଟିଆ ,କାର୍ଯ୍ୟକାରୀ ସଦସ୍ୟ ଅନୁପ ଚାନ୍ଦ ଗୋଟିଆ ତଥା ଅନ୍ୟାନ୍ୟ ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ। ଏହି ମହାନ ଧାର୍ମିକ ପରିବେଶକୁ ଦେଖିବାପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।