ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆରମ୍ଭ।। ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ଆରମ୍ଭ।। ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

0 295

ସୁନ୍ଦରଗଡ଼ : ୬/୩ (ସତ୍ୟାନ୍ୟୁଜ) ଶନିବାର ଅପରାହ୍ନରେ ରେ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ଉଦଘାଟିତ ହୋଇଯାଇଛି I
ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଏନ ଏସ୍. ଶିକ୍ଷାନବିସ ଶ୍ରୀମତୀ ରିନା ପ୍ରଧାନ, ରାଉରକେଲା ଚାମ୍ବର ଅଫ କମର୍ସ ର ସଭାପତି ଶ୍ରୀ ଶୁଭ ପଟ୍ଟନାୟକ, ସୂରଜ ଉତ୍ପାଦ ର ନିର୍ଦ୍ଦେଶକ ଶ୍ରୀ ୟୋଗେଶ ଡାଲମିଆଁ, Servace Refactory ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ ଅଗ୍ରୱାଲ , ମହାପ୍ରବନ୍ଧକ, ଏମ୍. ସି. ଏଲ୍. ଇ ଡି. (ଏମ୍.ଏମ୍. ) ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ମହାପ୍ରବନ୍ଧକ, ଏନ୍. ଟି. ପି. ସି.,ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି ର ଅଧିକାରୀ, ମହାପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସୁନ୍ଦରଗଡ ଓ ରାଉରକେଲା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I ଜିଲ୍ଲା ଯୋଜନା ବିଭାଗ ସହାୟକ ନିର୍ଦ୍ଦେଶକ ପ୍ରଦୀପ ତିର୍କୀ କାର୍ଯକ୍ରମ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ I
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କର ଉଦ୍ୟୋଗିକ ଭାବନା କୁ ସମ୍ମାନ ଜଣାଇବା ତଥା ସ୍ମୃତି ଚାରଣ କରିବା ଉଦ୍ଦେଶ୍ୟରେ ଅୟୋଜିତ ଏହି ଉଦ୍ୟୋଗୀ ସପ୍ତାହ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଚାଲିବ I ଏଠାରେ 50 ଟି ଏମ୍. ଏସ୍. ଏମ୍. ଇ., 4 ଟି ବୃହତ୍ ଶିଳ୍ପ, 20 ଟି ଏସ୍. ଏଚ୍. ଜି ଏବଂ 10 ଟି ନୂତନ ଷ୍ଟାର୍ଟ ଅପ ଆଦି ଭାଗ ନେଇଛନ୍ତି I
ପ୍ରତ୍ୟେକ ଦିନ ଏଠାରେ ଉଦ୍ୟୋଗ ତଥା ବ୍ୟବସାୟ, ଶିଳ୍ପ, ବ୍ୟାଙ୍କ୍ ଲୋନ , ବିଭିନ୍ନ କଲ୍ୟାଣମୂଳକ ଯୋଜନା/ କାର୍ଯ୍ୟକ୍ରମ ଆଦି ସମ୍ପର୍କୀତ ବିଶେଷ କାର୍ଯ୍ୟକ୍ରମ ଗୁଡିକ ମଧ୍ଯ ଅନୁଷ୍ଠିତ ହେବ I

Leave A Reply

Your email address will not be published.