ସୁନ୍ଦରଗଡ଼ : ୬/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଆଜି ଅନୁଷ୍ଠିତ ଏହି ଜନ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଯୋଗ ଦେଇ ଲୋକ ମାନଙ୍କର ଆପତ୍ତି ଅଭିଯୋଗ ଆଦି ର ଶୁଣାଣି କରିଥିଲେ I ଆଜିର ଏହି ଅଭିଯୋଗ ଶୁଣାଣୀ ରେ ମୋଟ 156 ଟି ଅଭିଯୋଗ ଆସିଥିଲା I
ସେଥି ମଧ୍ୟରୁ 144 ଟି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗ ଥିବା ବେଳେ 12 ଟି ଗୋଷ୍ଠୀ ସମସ୍ୟା ଯଥା-ରାସ୍ତା ଘାଟ ନିର୍ମାଣ,ମରାମତି, ବିଦ୍ୟାଳୟ ଓ ଶିକ୍ଷକ ସଂକ୍ରାନ୍ତୀୟ , ଜମିଜମା, ପଟ୍ଟା, ଭତ୍ତା ସଂକ୍ରାନ୍ତୀୟ ଆଦି ଅଭିଯୋଗ ଗୁଡିକ ରହିଥିଲା I ତନ୍ମଧ୍ୟରୁ ଆଜି 55 ଟି ଅଭିଯୋଗ ର ସମାଧନ କରାଯାଇଥିଲା ଯେଉଁଥିରେ କି 32 ଟି ସି.ଏମ୍. ଆର୍. ଏଫ୍ ସମ୍ପର୍କିତ ରହିଥିଲା I ବାକି ରହି ଥିବା ଅଭିଯୋଗ ଗୁଡିକର ତ୍ଵରିତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଏହି ଜନ ଶୁଣାଣି ରେ
ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଏ. ଏସ୍. ଶିକ୍ଷାନବିସ ଶ୍ରୀମତୀ ରିନା ପ୍ରଧାନ, ସହାୟକ ନିର୍ବାହୀ ଅଧିକାରୀ,(ଏମ୍. ଆଇ ଏସ୍) ଜିଲ୍ଲା ପରିଷଦ, ଶ୍ରୀ ବିଭୁତି ରଞ୍ଜନ ରାଉଳ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିନୟ ପଟେଲ, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I