ରାଉରକେଲା : ଜ୍ୟେନ୍ ଶ୍ୱେତାମ୍ବର ତେରାପନ୍ଥ ସଭା ପକ୍ଷରୁ ହୋଲି ମିଳନ ମହୋତ୍ସବ ଅନୁଷ୍ଠିତ।। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ।
ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ସାମାଜିକ ସଂଗଠନ ଜୈନ ଶ୍ବେତାମ୍ବର ତେରାପନ୍ଥ ସଭା ଦ୍ବାରା ବାସନ୍ତୀ କଲୋନୀ ସ୍ଥିତ ତେରାପନ୍ଥ ଭବନରେ ହୋଲି ମେଳନ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିବା ସମସ୍ତ ଭକ୍ତମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ସହିତ ଲାଲ ଅବିରରେ ମସ୍ତକରେ ଟିକା ଲଗାଇ ଅଭିନନ୍ଦନ ଜଣାଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ହୋଲି ଉପରେ ଆଧାରିତ ନୃତ୍ୟ ଗୀତ ପରିବେଷଣ ସହିତ ନାଟକ ଆୟୋଜିତ ହୋଇଥିଲା। କାର୍ଯ୍ଯକ୍ରମରେ ମାଧ୍ୟମରେ ଆବାଳବୃଦ୍ଧବନିତା ଅଂଶ ଗ୍ରହଣ କରିବା ସହିତ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ହୋଲି ହେ ଉପାଧି ଉତ୍ସବ। ଏହି କାର୍ଯ୍ଯକ୍ରମରେ ଜୈନ ଶ୍ବେତାମ୍ବର ତେରାପନ୍ଥ ସମାଜର ଅଧ୍ଯକ୍ଷ ଛଗନଲାଲ ଜୈନ, ପୂର୍ବ ଅଧ୍ଯକ୍ଷ ବିକ୍ରମ ବୋଥରା, ରୂପଚନ୍ଦ ବୋଥରା, ତେରାପନ୍ଥ ଯୁବା ଅଧ୍ଯକ୍ଷ ହିତେଶ ବୋଥରା, ମହିଳା ମଣ୍ଡଳ ଅଧ୍ଯକ୍ଷା ପୂନୀତା ବୋଥରା ସମେତ ସମାଜର ଗଣ୍ଯମାନ୍ଯ ବ୍ଯକ୍ତି ସାମିଲ ହୋଇଥିଲେ। ଏହି କାର୍ଯ୍ଯକ୍ରମରେ ରାଉରକେଲାର ସମସ୍ତ ଅଞ୍ଚଳର ବ୍ଯକ୍ତି ଅଂଶ ଗ୍ରହଣ କରିବା ସହିତ ପ୍ରସାଦ ସେବନ କରିଥିଲେ।