ରାଉରକେଲା : ଆସନ୍ତା ୯ ତାରିଖରେ ଦୋଳ ମେଳଣ ଉତ୍ସବ।। ୭ ନମ୍ବର ସେକ୍ଟର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ।

0 334

ରାଉରକେଲା: ୬/୩ (ସତ୍ୟାନ୍ୟୁଜ) ରାଉରକେଲାର ସେକ୍ଟର-୭ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ ତାରିଖ ଦିନ ନବମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ପ୍ରକାଶ କରାଯାଇଛି। କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଅଧ୍ଯକ୍ଷ ହରିହର ରାଉତରାୟ ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ଯକ୍ଷତା କରି କହିଥିଲେ ଯେ, ଓଡ଼ିଶାର ଏହି ମହାନ ଧାର୍ମିକ, ସାଂସ୍କୃତିକ ପାରମ୍ପରିକ କାର୍ଯ୍ଯକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୩୫ରୁ ୪୦ ରାଧାକୃଷ୍ଣଙ୍କ ସୁସଜ୍ଜିତ ଦୋଳ ବିମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨୦୧୫ ମସିହାରେ ବିଷ୍ଣୁ ଚରଣ ବିଶ୍ବାଳ, ସୁଶାନ୍ତ ପ୍ରଧାନ, ଈଶ୍ବର ଭଞ୍ଜ ଓ ଅମୂଲ୍ୟ ବିଶୋଇଙ୍କୁ ନେଇ ପ୍ରଥମ କରି ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ମହାନ ଧାର୍ମିକ, ସାଂସ୍କୃତିକ ଓ ପାରମ୍ପାରିକ କାର୍ଯ୍ୟକ୍ରମ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ବାଧାପ୍ରାପ୍ତ ହୋଇଥିଲା। ୯ ତାରିଖରେ ସେକ୍ଟର-୭ ଦୁର୍ଗା ପୂଜା ପଡିଆର ରାଉରକେଲାର ଏହି ଆଧ୍ୟାତ୍ମିକ ପରିବେଶରେ ଲାଠିକଟା, ବନ୍ଧମୁଣ୍ଡା, ବିଶ୍ରା ପ୍ରଭୃତି ଅଞ୍ଚଳରୁ ୩୫ରୁ ୪୦ ରାଧାକୃଷ୍ଣଙ୍କ ସୁସଜ୍ଜିତ ଦୋଳ ବିମାନ ଉପସ୍ଥିତ ରହିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଜନ ସନ୍ଧ୍ୟା ଏବଂ ରାତ୍ର ୯ଟାରେ ସାମୁହିକ ଆଳତୀ ସହିତ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଅଧ୍ଯକ୍ଷ ହରିହର ରାଉତରାୟଙ୍କ ସମେତ ସଭାପତି ଶଙ୍କର ଜେନା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାମଲ, ପ୍ରମୋଦ କୁମାର ପ୍ରଧାନ, ପ୍ରଦୀପ ପଟ୍ଟନାୟକ, ପ୍ରସନ୍ନ କୁମାର ତ୍ରିପାଠୀ, କପିଳେଶ୍ୱର ମିଶ୍ର, ଜୟନ୍ତୀ ବିଶ୍ବାଳ, ସୁମିତ୍ରା ସ୍ବାଇଁ, ରେଖା କୋଠରୀ, ପ୍ରିୟବ୍ରତ ଭଞ୍ଜ, ବିଷ୍ଣୁ ଚରଣ ବିଶ୍ବାଳ, ଇଶ୍ବର ଭଞ୍ଜ, ସୁଶାନ୍ତ ପ୍ରଧାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.