ରାଉରକେଲା : ୧୩ ନମ୍ବର ସେକ୍ଟର ମେଳଣ ପଡ଼ିଆରେ ଅୟୋଜିତ ହେଉଛି ସ୍ବେଦେଶୀ ମେଳା।। ଆସନ୍ତା ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

0 390

ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ରାଉରକେଲାର ସେକ୍ଟର-୧୩ ମେଳନ ପଡିଆରେ ୨୪ତମ ସ୍ବଦେଶୀ ମେଳା ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିପଣନ ବିକାଶ କେନ୍ଦ୍ର (ସିବିଏମଡି), ସ୍ବଦେଶୀ ଜାଗରଣ ମଞ୍ଚ, ରାଉରକେଲା ପକ୍ଷରୁ ପ୍ରକାଶ କରାଯାଇଛି।ଏହି ସ୍ବଦେଶୀ ମେଳା ଆସନ୍ତା ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ। ସ୍ବଦେଶୀ ମେଳାରେ ଓଡିଶା ଏବଂ ଓଡିଶା ବାହାରୁ ୩୦୦ ଷ୍ଟଲରେ ସେମାନଙ୍କର ଆକର୍ଷଣୀୟ ଦ୍ରବ୍ଯ ପ୍ରଦର୍ଶିତ କରିବେ। ସ୍ବଦେଶୀ ମେଳାରେ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଫର୍ନିଚର, ରିଏଲ ଇଷ୍ଟେଟ୍, ମେଟ୍ରେସ୍, ଏଫ୍ଏମସିଜି, କାର୍ପେଟ୍, ଜ୍ବେଓ୍ବେଲାରୀ, କ୍ରୋକେରୀ, ଇ-ବାଇକ୍, କାର୍, ଟୁ-ହ୍ବୁଇଲରସ୍, ହେଣ୍ଡିକ୍ରାଫଟ୍, ହେଣ୍ଡଲୁମ୍, ପ୍ରସାଧନ ସାମଗ୍ରୀ ଏବଂ ଅନେକ ଦ୍ରବ୍ଯ ପ୍ରଦର୍ଶିତ ସହିତ ବିକ୍ରୟ ମଧ୍ୟ ହେବ ବୋଲି ପ୍ରକାଶ କରାଯାଇଛି। ସବୁଦିନ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପ୍ରୟୋଜିତ କମ୍ପାନୀମାନଙ୍କ ଦ୍ବାରା ପ୍ରାୟୋଜିତ ହୋଇ ଉଇନରମାନଙ୍କୁ ମେଳାର ଶେଷ ଦିନରେ ପୁରସ୍କୃତ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

   ଏହି ମେଳାର ଆକର୍ଷଣୀୟ ରୂପ ନେବାକୁ ଯାଉଛି ଘଣା ପେଶା ତେଲର "ଲାଇଭ୍ ଡେମୋ" ଏବଂ "ଟେରାକୋଟାର ଲାଇଭ୍ ଡେମୋ" ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।
  ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମେଳାର ଅଧ୍ଯକ୍ଷ ଶୁଭ ପଟ୍ଟନାୟକ, ମେଳାର ସଂଯୋଜିକା ଶ୍ରୀମତୀ ନିହାରିକା ବସ୍ତିଆ, ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜର ସାଧାରଣ ସମ୍ପାଦକ ସୁନୀଲ କାୟଲ୍,  ରାଜ୍ୟ ସଂଯୋଜକ ମନୋଜ କୁମାର ନାୟକ, ଜିଲ୍ଲା ସଂଯୋଜକ ଭରତ ଗୌଡ଼, ସିବିଏମଡି ମାର୍କେଟିଂ ହେଡ଼ ମନୋଜ କୁମାର ନାୟକ, ପ୍ରମୋଦ ଜେନା, ସରୋଜ ମହାପାତ୍ର, ଦିନେଶ ଭୋଳ,ଆକାଶ ଯାଦବ ପ୍ରମୁଖ ବ୍ରାହ୍ମଣୀ କ୍ଲବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
Leave A Reply

Your email address will not be published.