ରାଉରକେଲା : ହକି ପ୍ରୋ ଲିଗ୍ ଖେଳ ଲାଗି ଆଜି ଠାରୁ ଅଫ ଲାଇନ ଟିକେଟ ବିକ୍ରି ଆରମ୍ଭ।। ଟାଣ ଖରା ସ୍ଵତ୍ତ୍ୱେ ଟିକେଟ ପାଇଁ ଲୋକଙ୍କ ପ୍ରବଳ ଭିଡ।
ରାଉରକେଲା : ୬/୩ (ସତ୍ୟାନ୍ୟୁଜ) ଆସନ୍ତା ୧୦ ତାରିଖରୁ ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଆରମ୍ଭ ହେବ ଏଫ ଆଇ ଏଚ ହକି ପ୍ରୋ ଲିଗ୍। ଏହି ହକି ପ୍ରତିଯୋଗିତା ଲାଗି ଆଜିଠାରୁ ଅଫ ଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଟାଣ ଖରା ସ୍ଵତ୍ତ୍ୱେ ହକି ପ୍ରେମୀ ମାନଙ୍କର ଟିକେଟ ନେଵାଲାଗି ଷ୍ଟାଡିଅମ ବକ୍ସ ଅଫିସ ଆଗରେ ପ୍ରବଳ ଭିଡ ଦେଖାଯାଉଛି। ଲୋକମାନେ ଛତା ଧରି ଟିକେଟ ପାଇଁ ଲାଇନ ରେ ଛିଡା ହୋଇଛନ୍ତି। ଟିକେଟ ଲାଗି ଗେଟ ନମ୍ବର ୬ ଏବଂ ୨ ରେ ଦୁଇଟି ପୃଥକ କାଉଣ୍ଟର ଖୋଲା ଯାଇଛି। ସକାଳ ୧୧ ଟାରୁ ଟିକେଟ କାଉଣ୍ଟର ଖୋଲି ଥିଲେ ମଧ୍ୟ ଭୋର ୫ ଟାରୁ ଲୋକଙ୍କ ଲାଇନ ଆରମ୍ଭ ହୋଇଯାଇଥିଲା। ଏହି ଟିକେଟ ବୁକିଙ୍ଗ ସାନ୍ଧ୍ୟ ୭ଟା ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରୀ ୨୭ ତାରଖରେ ବିକ୍ରି ହୋଇଥିବା ଅନଲାଇନ ଟିକେଟ ଲାଗି ମଧ୍ୟ ଆଜି ଲୋକମାନେ ଲାଇନରେ ଛିଡ଼ା ହୋଇଛନ୍ତି। ଆସନ୍ତା ୧୦ ତାରିଖରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ହେବାକୁ ଥିବା ପ୍ରଥମ ପ୍ରୋ ଲିଗ୍ ମ୍ୟାଚ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଛି।