ରାଉରକେଲା : ଗ୍ୟାସ ସିଲିଣ୍ଡର ଲିକ ପରେ ଅଗ୍ନିକାଣ୍ଡ , ୪ ଆହତ।। ୪୪ ଟି ବେଆଇନ ଗ୍ୟାସ ସିଲିଣ୍ଡର ଜବତ।। ଆହତ ମାନେ ଆଇଜିଏଚ ରେ ଭର୍ତ୍ତି।
ରାଉରକେଲା : ୫/୨(ସତ୍ୟାନ୍ୟୁଜ) ରାଉରକେଲା ରେଳବାଇ କଲୋନୀର ଏକ ବସ୍ତିରେ ଗ୍ୟାସ ସିଲିଣ୍ଡର ଲିକ ରୁ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଲୋକମାନେ ସରକାରୀ ହସପିଟାଲ ନେଇଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆଇ ଜି ଏଚ ସ୍ଥାନାନ୍ତର କରାଯାଇଛି। ପୋଲିସ ଏବଂ ଫାୟାର ଟିମ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରେଳବାଇ କଲୋନୀ ଛୋଟା ପାର୍କ ନିକଟ ଏକ ବସ୍ତିରେ ରବିବାର ଅପରାହ୍ନ ରେ ଏହି ଅଗ୍ନିକାଣ୍ଡ ଘଟିଛି। ବସ୍ତିର ଏକ ଘରେ ବେଆଇନ ଭାବେ ରୋଷେଇ ଗ୍ୟାସ ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡର ବ୍ୟବସାୟ ଚାଲିଥିବା ବେଳେ ଏହି
ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଲିକ ପରେ ଘରେ ନିଆଁ ଲାଗି ଯିବାରୁ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ବିସ୍ପୋରଣର ପାଖ ଘରୁ ୩୪ ଟି କମର୍ସିଆଲ ଏବଂ ୧୦ଟି ୧୪ କେଜି ବିଶିଷ୍ଟ ରୋଷେଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।