ରାଉରକେଲା : ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଶତାଧିକ ବିଜେପି କର୍ମକର୍ତ୍ତା ଗିରଫ।। ବିଜେପି ନେତା ନିହାର ରାୟ , ଅଙ୍କୁଶ ବର୍ମା ଗିରଫ।

0 305

ରାଉରକେଲା : ୪/୨(ସତ୍ୟାନ୍ୟୁଜ) ରାଉରକେଲା ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନ୍ନତି ଅଭିଯୋଗ କରି ଗତ ୨୮ ତାରିଖରେ ବିଜେପିର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିଲା। ଭୁବନେଶ୍ୱର ପିଏମଜି ଛକ ନିକଟରେ ପୋଲିସ ଯୋଜନାବଦ୍ଧ ଭାବେ ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ କେତେକ ବିଜେପି ନେତା ଗିରଫ ମଧ୍ୟ ହୋଇଛନ୍ତି। ପ୍ରତିବାଦରେ ଦିନକ ପୂର୍ବରୁ ରାଉରକେଲାର ବିଭିନ୍ନ ଥାନାରେ ଭୁବନେଶ୍ୱର ପୋଲିସ ବିରୁଦ୍ଧରେ ଏତେଲା ଦିଆ ଯାଇଥଲା। କିନ୍ତୁ ଏ ବାବଦରେ ମାମଲା ରଜ୍ଜୁ ନହେବାରୁ ଆଜି ବିଜେପି ପକ୍ଷରୁ ରାଉରକେଲାଏସ୍ ପି ଅଫିସ ସମ୍ମୁଖରେ ପ୍ରତିବାଦ ଵିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିଛି ସମୟ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ ବିଜେପି ନେତା ନିହାର ରାୟ , ଅଙ୍କୁଶ ବର୍ମା ଙ୍କ ସମେତ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.