ରାଇରଙ୍ଗପୁର : ସାନଚମ୍ପାଉଦା ଠାରେ ଆଦିବାସୀ ନୃତ୍ୟ ପ୍ରତିଯୋଗୀତା ଅୟୋଜିତ।। ହୋ ଏବଂ ସାନ୍ତାଳୀ ବାଦା ବାଦୀ ନୃତ୍ୟ ପ୍ରଦର୍ଶିତ।
ମୟୁରଭଞ୍ଜ : ୪/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ସହର ନିକଟସ୍ତ ସାନ ଚମ୍ପାଉଦା ଠାରେ ଚତୁର୍ଥ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କିଙ୍ଗ କୋବ୍ରା କ୍ଲବ୍ ର ସଭାପତି ଆଶିଷ ଦିଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭବେ ପୂର୍ବତନ ନାଏବ ସରପଞ୍ଚ ସତ୍ୟବାନ ବେସ୍ରା ଯୋଗ ଦେଇଥିଲେ। କମିଟିର ଉପ-ସଭାପତି ନେହେରୁନାୟକ , ସଂପାଦକ ଦୀପକ ହେମ୍ବ୍ରମ୍, ଉପସଂପାଦକ ଗୌତମ ବେସ୍ରା ତଥା କାର୍ଯ୍ୟକାରୀ ସଦସ୍ୟ ରିଙ୍କୁ ଦିଗି,ବିଷ୍ଣୁ ନାଏକ,ମୋଟୁ ଦିଗି,ଲକ୍ଷ୍ମଣ ନାଏକ,କିଶନ ନାଏକ, ରଣଜିତ ରାଉତ,ରାହୁଳ ନାଏକ,ସୁମନ ମାହାଲି, ଜଗନ୍ନାଥ ବେହେରା, ରହିତ ଦିଗି , ଭୂବନେଶ୍ବର ନାଏକ ପ୍ରମୁଖ ଉପସ୍ଥିତଥିଲେ। ଏହି ପ୍ରତିଯୋଗିତାରେ ହୋ ବାଦାବାଦି ଏବଂ ସାନ୍ତାଳୀ ବାଦାବାଦୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କାରସ୍ବରୂପ ହୋ ଏବଂ ସାନ୍ତାଳୀ ଶାଢୀ ଉପହାର ଦେଇଥିଲେ। ଏହି ଭବ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଭିଡ ଜମାଇଥିଲେ।