ମୟୁରଭଞ୍ଜ : ରାଇରଙ୍ଗପୁର ରେ କର୍ଣ୍ଣ ସମସ୍ୟା ଉପରେ ଏକ ସ୍ୱାସ୍ଥ୍ୟ ଶିବିର।। ଅଧିକ ଚିକିତ୍ସା ଲାଗି ୫୮ ଜଣଙ୍କୁ ଭୁବନେଶ୍ୱର ନିଆଗଲା।

0 335

ରାଇରଙ୍ଗପୁର : ୩/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ସୂର୍ଯ୍ୟୋଦୟ ଫାଉଣ୍ଡେସନ ପକ୍ଷରୁ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅୟୋଜିତ ହୋଇଯାଇଛି। ଏହି ଶିବିରରେ ବିଶେଷ କରି କର୍ଣ୍ଣ ର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭୁବନେଶ୍ବରରୁ କର୍ଣ୍ଣ , ଗଳା , ନାସା ର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଇରଙ୍ଗପୁରରେ ଥିବା ବୟସ୍କ, ବୟସ୍କା ଏବଂ ଆର୍ଥିକ ଅନଗ୍ରସରତା ଲୋକମାନଙ୍କ କର୍ଣ୍ଣ ପରୀକ୍ଷା କରଯାଇ ଚିକିତ୍ସା କରାଯାଇଥିଲା। ଉକ୍ତ ଶିବିରରେ ୫୮ ଜଣଙ୍କ କାନରେ ଥିବା ସମସ୍ୟା ସମ୍ପର୍କରେ ଚିହ୍ନଟ କରାଯାଇଥିଲା |ସେମାନଙ୍କୁ ଗତକାଲି ବସ୍ ଯୋଗେ ଭୁବନେଶ୍ବର ନିଆଯାଇଛି। ଆଜି ସେମାନଙ୍କୁ କାନର ବିଭିନ୍ନ ସମସ୍ୟା ପାଇଁ ଶ୍ରବଣ ଯନ୍ତ୍ର ଦିଆଯିବ। ଏହି ଶ୍ରବଣ ଯନ୍ତ୍ର ମୁମ୍ବାଇରୁ ଅଣା ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏହି ଲୋକହିତକର କାର୍ଯ୍ୟ ରାଇରଙ୍ଗପୁର ପୌରପାଳଙ୍କ ଉଦ୍ୟମରେ ହେଉଥିବା ବେଳେ ଟାଉନ ବିଜେଡି ସଭାପତି ପଞ୍ଚୁ ଲୋହାର,ସମାଜସେବୀ ରାଜ କୁମାର ମହାନ୍ତ,ଗୁନୁ ମହାନ୍ତ,ଧର୍ମପଦ ମହାନ୍ତ,ଚନ୍ଦନ ଦତ୍ତ, ମଣ୍ଟୁ ମହାନ୍ତ,ଦିପୁ ବନସର,ବିରେନ୍ଦ୍ର ପାତ୍ର,ଆକାଶ ନନ୍ଦ,ଜଗନ୍ନାଥ ଲୋହାର,ଶ୍ୟାମ ସୁନ୍ଦର ପାତ୍ର,କମଲ ସାହୁ ଓ ଛୋଟରାୟ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.