ରାଉରକେଲା : ଉଦିତନଗର ଥାନାରେ ବିଜେପି ପକ୍ଷରୁ ଏତେଲା।। ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗରେ ଏତେଲା।
ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ୨୮ ଫେବୃଆରୀ ରେ ପୋଲିସ ଯୋଜନାବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆଜି ରାଉରକେଲା ଉଦିତନଗର ଥାନାରେ ଏକ ଏତେଲା ଦିଆଯାଇଛି। ଓଡିଶା ପୋଲିସ ଡିଜି , ଭୁବନେଶ୍ୱର ଡିସିପି , ପୋଲିସ କମିଶନରଙ୍କ ବିରୁଦ୍ଧରେ ଏହି ଏତେଲା ଦେଇଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଅଭିଯୋଗ କରି ବିଜେପି ଯୁବମୋର୍ଚା ପକ୍ଷରୁ ୨୮ ତାରିଖ ଦିନ ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା ବିରୁଦ୍ଧରେ ଆଜି ରାଜ୍ୟର ବିଭିନ୍ନ ଥାନାରେ ଏତେଲା ଦିଆଯାଉଥିବା ବେଳେ ରାଉରକେଲାର ବିଭିନ୍ନ ଥାନାରେ ମଧ୍ୟ ବିଜେପି ପକ୍ଷରୁ ଏତେଲା ଦିଆଯାଇଛି।