ସୁନ୍ଦରଗଡ଼ : ବଣାଇ ରେ ଖଣ୍ଡାଧାର ମହୋତ୍ସବ ଉଦଘାଟିତ।। ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ।

0 301

ବଣାଇ : ୩/୨(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବହୁମୁଖୀ ଖେଳ ପଡିଆ ଠାରେ ୧୩ତମ ଖଣ୍ଡାଧାର ମହୋତ୍ସବ ଉଦଘାଟିତ ହୋଇଯାଇଛି। ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ବାବା ବାଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ଏକ ସାଂସ୍କୃତିକ ଶୋଭଯାତ୍ରା ବାହାର କରା ଯାଇଥଲା। ଝାଞ୍ଜ ମୃଦଙ୍ଗ ସହ ପାରମ୍ପରିକ ବାଦ୍ୟ ତାଳ ତଳେ ସହର ପରିକ୍ରମା ପରେ ବହୁମୁଖି ଖେଳ ପଡିଆ ଠାରେ ଶୋଭଯାତ୍ରା ପହଞ୍ଚି ଥିଲା। ମହୋତ୍ସବ କମିଟି ର ସଭାପତି ପ୍ରଦୀପ ତ୍ରିପାଠୀ, ବଣାଇ ବିଡ଼ିଓ , ତହସିଲଦାରଙ୍କ ସମତେ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ସନ୍ଧ୍ୟାରେ ତାଙ୍କ କଳା ପ୍ରଦର୍ଶନ କରିବେ। ଶୁକ୍ରବାର ସନ୍ଧ୍ୟାରେ ପଞ୍ଜାବ, ହରିୟାଣା ସହିତ ସ୍ଥାନୀୟ କଳାକାର ଙ୍କୁ ନେଇ ନୃତ୍ୟ , ସଙ୍ଗୀତ ପରିବେଷଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.