ରାଇରଙ୍ଗପୁର : ୩/୨(ସତ୍ୟାନ୍ୟୁଜ) 5 T ସଚିବ ଭି କେ ପାଣ୍ଡିୟାନ୍ ରାଇରଙ୍ଗପୁର ଗସ୍ତରେ ଆସି କେତେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରି ଯାଇଛନ୍ତି। ଦାଣ୍ଡବୋଷରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ପରିଦର୍ଶନ କରିବା ପରେ ରାଇରଙ୍ଗପୁର ସହରର ହାଟବନ୍ଧ ନିରୀକ୍ଷଣ କରିଥିଲେ। ଏହି ପ୍ରକଳ୍ପର ନବକଳେବର ଯୋଜନା ସହ ନକ୍ସା ଏବଂ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସ୍ଥାନରେ ବୋଟିଂ ପାଇଁ ବ୍ୟବସ୍ତା କରାଯିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପାଣ୍ଡିୟାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ,ଉପଜିଲ୍ଲାପାଳ ସରୋଜ କୁମାର ଦାସ,ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ ତଥା ବହୁ ସରକାରୀ ଅଧିକାରୀ ଯୋଗଦେଇଥିଲେ। ମିଶନ ଶକ୍ତିର ସ୍ଵଛ ସାଥୀ ଏବଂ ଜଳ ସାଥୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳାମାନେ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟିର କର୍ମଚାରୀବୃ୍ନ୍ଦ ଉପସ୍ଥିତ ରହିଥିଲେ।