ମୟୁରଭଞ୍ଜ : କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ଉତ୍ସବ କାର୍ଯ୍ୟକ୍ରମ ଅୟୋଜିତ।। କରଞ୍ଜିଆ ଦେଓ ନଦୀ କୂଳରେ ଅୟୋଜିତ।
ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) ଶ୍ୟାମଳେନ୍ଦୁ ପରିଡା) କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ‘ନଦୀ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବ୍ଲକ ହାତିବାରିର ଦେଓ ନଦୀ କୂଳରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।
ଯୁବ ନେତା ଲୁନା ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ ଯୋଗଦେଇ ନଦୀ ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଭିନ୍ନ ଆଦିବାସୀ ସମାଜ ର ନେତୃମଣ୍ଡଳୀ ଙ୍କ ସହ ପଣ୍ଡିତ ରଘୁନାଥ ମୂର୍ମୁ ଙ୍କ ନାତି ଜୁନିୟାନ ରଘୁନାଥ ମୂର୍ମୁ, କରଞ୍ଜିଆ ନଗର ବିଜେପି ସଭାପତି ମହେଶ୍ୱର ସାହା ପ୍ରମୁଖ ମଞ୍ଚାସିନ ଥିଲେ। ନଦୀର ଉପକାରିତା, ଜଳର ସଠିକ ଉପଯୋଗୀତା, ସରଂକ୍ଷଣ ଜଳ ସ୍ୱଚ୍ଛତା ପ୍ରଭୁତି କୁ ନେଇ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲl ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ l ଦେଓ ନଦୀ ରେ ପୂଜାର୍ଚ୍ଚନା ପରେ ଏକ ସାଧାରଣ ସଭାର ଆୟୋଜନ କରା ଯାଇଥିଲା।